ନବୀନଙ୍କ ଆତ୍ମସମୀକ୍ଷା ! ପଂଚାୟତ ନିର୍ବାଚନରେ ବିଜେଡର ବିପର୍ଯ୍ୟୟ ପରେ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ୱାନ୍ ଟୁ ୱାନ୍

25

କନକ ବ୍ୟୁରୋ : ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡର ବିପର୍ଯ୍ୟୟ ପରେ ନବୀନ ଆରମ୍ଭ କରିଛନ୍ତି ଆତ୍ମସମୀକ୍ଷା । ଜଣେ-ଜଣେ ନେତାଙ୍କୁ ଡାକି ନବୀନ କରୁଛନ୍ତି ବିଚାର ବିମର୍ଶ । ବିଶେଷ କରି ଦଳ ଖରାପ ପ୍ରଦର୍ଶନ କରିଥିବା ନେତାଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ।

କ’ଣ ପାଇଁ ୧୭୮ ଆସନରେ ବିଜେଡିର ବିପର୍ଯ୍ୟୟ ଘଟିଲା?କାହିଁକି ବିଜେଡି ଠାରୁ ବିମୁଖ ହେଲେ ଭୋଟର?ଏମିତି କିଛି ପ୍ରଶ୍ନର ଉତର ଖୋଜୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରୁ ନେତାଙ୍କୁ ଆସୁଛି ଡାକରା । କେତେବେଳେ ସଚିବାଳୟ ତ କେତେବେଳେ ନବୀନ ନୀବାସ ଏମିତିକି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବି ଜଣେ ଜଣେ ନେତାଙ୍କୁ ଭେଟୁଛନ୍ତି ନବୀନ । । ଲୋକେ ବିଜେଡି ଉପରୁ ମୋହ ତୁଟାଉଛନ୍ତି ନା’ ଦୀର୍ଘଦିନ ଧରି କ୍ଷମତାରେ ରହିବାର ବୋଝରେ ବିଜେଡି ତଳକୁ ଯାଉଛି ତାହା ତର୍ଜମା କରୁଛନ୍ତି ନବୀନ । ବିଜେଡିର ଗଡ କୁହାଯାଉଥିବା କଳାହାଣ୍ଡିରେ ଦଳ ବିପର୍ଯ୍ୟୟ କାରଣ କହିବାକୁ ନବୀନଙ୍କ ନିକଟରେ ହାଜର ହୋଇଥିଲେ ଜୁନାଗଡ ବିଧାୟକ ତଥା ଦଳୀୟ ମୁଖପାତ୍ର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଦୁଇଅଙ୍କରୁ ଯାଇ ଜିଲ୍ଲା ପରିଷଦ ନିର୍ବାଚନରେ ୨୯୭ ଆସନ ପୋଛି ନେଇଥିବା ବିଜେପ ଏବେ ବିଜେଡି ପାଇଁ ସବୁଠୁ ବଡ ଚ୍ୟାଲେଂଜ । ମୋଦି ମ୍ୟାଜିକ୍ ହେଉ ଅବା ଧର୍ମେନ୍ଦ୍ରଙ୍କ ଗୋଟି ଚାଳନା ଏବେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହାଭିତରେ ପୂରା ଘଟଣାରେ ଦୂୀୟ ସୁପ୍ରିମୋଙ୍କ ହସ୍ତକ୍ଷେପ ଦାବି କରି ଆସୁଥିଲେ ବରିଷ୍ଠ ନେତା । ଆଉ ଏବେ ବିଜେପିକୁ ବାଦ ଦେଇ ପୂର୍ବ ଦବଦବାକୁ ବଜାୟ ରଖିବା ପାଇଁ ଦଳପତିଙ୍କ ଉପରେ ବିଜେଡିର ଭରସା ।

ପଂଚାୟତ ନିର୍ବାଚନପରେ ବଦଳିଛି ନବୀନଙ୍କ ଅନ୍ଦାଜ । ପୂର୍ବରୁ ତୃତୀୟ ମହଲାରେ ପହଁଚିବାକୁ ନେତା ମନ୍ତ୍ରୀଙ୍କୁ କସରତ କରିବାକୁ ପଡୁଥିବା ବେଳେ ଏବେ ନେତାଙ୍କୁ ଡାକରା ଦେଉଛନ୍ତି ନବୀନ । ପ୍ରଶ୍ନ ଉଠୁଛି ନୂଆ ରଣନୀତି ବିଜେଡିକୁ କେତେ ଫାଇଦା ଦେଉଛି?

ଏହା ସହ ଦେଖନ୍ତୁ ଏହି ଭିଡିଓ-