ମାସ୍କଟ ଓଲିର ପଛରେ ଥିବା ଚେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

34

କନକ ବ୍ୟୁରୋ : ୨୨ତମ ଏସିଆନ ଆଥଲେଟିକ୍ସ ଚମ୍ପିଆନସିପରେ ମାସ୍କଟ ଓଲିର ଭୂମିକା ଗ୍ରହଣ କରିଥିବା ୫ ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚ୍ଚିବାଳୟରେ ସମ୍ବର୍ନ୍ଧିତ କରିଛନ୍ତି । ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯାଇଛି । ସେମାନ ହେଲେ ଶ୍ରୀ ଦିନେଶ ରାଉତରାୟ , ଶ୍ରୀ ଉପେନ୍ଦ୍ର ଜେନା, ଶ୍ରୀ ସତ୍ୟନାରାୟଣ ଶ୍ରୀଚନ୍ଦନ , ରାଜେନ୍ଦ୍ର ମଙ୍ଗରାଜ ଓ ବିଦ୍ୟାଧର ବଡଜେନା । କିନ୍ତୁ ସେମାନଙ୍କ ମଧ୍ୟରୁ ୩ଜଣ ଦିନେଶ ରାଉତରାୟ, ଉପେନ୍ଦ୍ର ଜେନା ଓ ସତ୍ୟନାରାୟଣ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ ।

ଏହି ୫ଜଣ ଯୁବକ ଓଲି ମାସ୍କଟ ପିନ୍ଧି ରାଜ୍ୟର ବିଭିନ୍ନ ସହରକୁ ପଚାର ପାଇଁ ଯାଇଥିଲେ । ସଚ୍ଚିବାଳୟର କନଫରେନ୍ସ ହଲରେ , ଏହି ପୁରସ୍କାର ପର୍ବରେ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା , କ୍ରୀଡା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଓ କ୍ରୀଡା ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।