ରାହୁଲଙ୍କ ଅଭିଯୋଗକୁ ବିଲକୁଲ ବକୱାସ ବୋଲି କହିଲେ ନବୀନ । ନବୀନଙ୍କୁ ମୋଦି କଂଟ୍ରୋଲ କରନ୍ତି ବୋଲି ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧି

217

କନକ ବ୍ୟୁରୋ: ରାହୁଲଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାହୁଲ ଯାହା କହୁଛନ୍ତି ତାହା ବିଲକୁଲ ବକୱାସ ବୋଲି କହିଛନ୍ତି ନବୀନ । ନବୀନଙ୍କୁ ମୋଦି କଂଟ୍ରୋଲ କରୁଛନ୍ତି ବୋଲି ତମାଣ୍ଡୋ ସମାବେଶରେ କହିଥିଲେ ରାହୁଲ ଗାନ୍ଧି । ତମାଣ୍ଡୋ ସମାବେଶରେ ରାହୁଲ କହିଥିଲେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଅମଲା ଶାଶନ ଚାଲିଛି । ମୋଦିଙ୍କ ହାତରେ ରିମୋର୍ଟ କଂଟ୍ରୋଲ ରହୁଛି । ମୋଦି ଯେପରି ସୁଇଚ ଅପରେଟ୍ କରୁଛନ୍ତି ନବୀନ ସେହିପରି ଉଠବସ ହେଉଛନ୍ତି ବୋଲି କହିଥିଲେ ରାହୁଲ । ସେପଟେ ପଦ୍ମଶ୍ରୀ ସମ୍ମାନକୁ ଗୀତା ମେହେଟ୍ଟା ପ୍ରତ୍ୟାଖାନ କରିବା ପ୍ରସଙ୍ଗରେ ନବୀନ ମତ ରଖିଛନ୍ତି । ସେ କହିଛନ୍ତି କି ଏହା ଗୀତା ମେହେଟ୍ଟାଙ୍କ ନିଜସ୍ୱ ନିଷ୍ପତି ।

ଉଲ୍ଲେଖ ଥାଉ କି, ଗତ ୨୫ ତାରିଖରେ ଭୁବନେଶ୍ୱର ତମୋଣ୍ଡରେ ଆୟୋଜିତ କଂଗ୍ରେସର ପରିବର୍ତ୍ତନ ସମାବେଶରେ ସାମିଲ ହେବା ପାଇଁ ଓଡିଶା ଆସିଥିଲେ ରାହୁଲ ଗାନ୍ଧି । ଆଉ ଏହି ଅବସରରେ ଉଭୟ ମୋଦି ଓ ନବୀନଙ୍କୁ ଟାର୍ଗେଟ କରିବା ସହ ଦୁହିଁଙ୍କ ଭିତରେ ଥିବା ସାମଞ୍ଜସ୍ୟକୁ ନେଇ ରାହୁଲ ଟିପ୍ପଣୀ କରିଥିଲେ । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଅମଲା ଶାସନ ଚାଲିଛି, କଂଗ୍ରେସ କ୍ଷମତାକୁ ଆସିଲେ ଜନତାଙ୍କ ଶାସନ ଚାଲିବ ବୋଲି କହିଥିଲେ ରାହୁଲ । ଏଥିସହ ରାହୁଲ କହିଥିଲେ କି-ରାଜ୍ୟରେ ନବୀନଙ୍କ ସରକାର ଚାଲିଛି କିନ୍ତୁ ରିମୋଟ ରହିଛି ମୋଦିଙ୍କ ପାଖରେ । ମୋଦି ଯେଉଁ ଅନୁସାରେ ରିମୋଟ୍ ବଟନ ଟିପୁଛନ୍ତି ସେହି ଅନୁସାରେ ନବୀନ ସରକାର ଗତିଶୀଳ ହେଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ ।