ବିଜେଡି ପାଳୁଛି ୨୧ ତମ ପ୍ରତିଷ୍ଠା ଦିବସ : ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିଲେ ସୁପ୍ରିମୋ ନବୀନ ପଟ୍ଟନାୟକ

125

କନକ ବ୍ୟରୋ: ଆଜିି ବିଜେଡିର ପ୍ରତିଷ୍ଠା ଦିବସ । ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ଶିବିରରେ ଆୟୋଜିତ ହୋଇଛି ଏକ ବିଶାଳ ସଭା । ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଜନ୍ମଦିନ ପାଳନ କରାଯାଉଛି । ଆଉ ଦୟୀଳ କାର୍ଯ୍ୟାଳୟରେ ପହଂଚିଛନ୍ତି ନବୀନ । ଏଥି ସହିତ ହିଁ ସାଂସଦ ପ୍ରସନ୍ନ ପାଟଶାଣୀ , ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ମେୟର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ସଭାରୁ ଆସନ୍ତା ନିର୍ବାଚନୀ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବା ଲାଗି ମନ୍ତ୍ର ଫୁଙ୍କିବେ  ନବୀନ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେହିପରି ଜିଲ୍ଲା, ବ୍ଲକ ଆଦି ସ୍ତରରେ ଅନୁରୂପ ଢ଼ଙ୍ଗରେ ଦଳର ପ୍ରତିଷ୍ଠା ଦିିବସକୁ ପାଳନ କରାଯାଉଛି । ଗତ ପାଂଚ ବର୍ଷରେ ସରକାର ଗ୍ରହଣ କରିଥିବା ୩୦ଟି ଭଲ କାମର ତାଲିକା ପ୍ରସ୍ତୁତ କରାଯାଇଛି । ଏସବୁକୁ ଲୋକଙ୍କ ପାଖରେ ପହଁଚାଇବେ ନେତା ଓ କର୍ମୀ । ଏହା ସହିତ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଡଜନେ ସରିକି ଅବହେଳା ସମ୍ପର୍କରେ ବି ସମାନ୍ତରାଳ ଭାବେ ଅବଗତ କରାଇବେ । ଆଜି ଜନ୍ମ ଦିନ ଅବସରରେ ଏମିତି ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତାମାନେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି ।