ଲୋକାର୍ପିତ ହେଲା ମଧୁସୂଦନ ସେତୁ ! ଉଦଘାଟନ କରି ସେତୁ ଉପରେ ବୁଲିଲେ ମୁଖ୍ୟମନ୍ତ୍ରୀ, କମିଲା କଟକରୁ ଢେଙ୍କାନାଳ ମଧ୍ୟରେ ଥିବା ଦୂରତା

22

କନକ ବ୍ୟୁରୋ: ଲୋକାର୍ପିତ ହୋଇଛି ମଧୁସୂଦନ ସେତୁ । ଉତ୍କଳ ଦିବସ ଅବସରରେ କଟକ ଜିଲ୍ଲା ନୂଆପାଟଣା ସ୍ଥିତ ମଧୁସୂଦନ ସେତୁକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତୁକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ କିଛି ସମୟ ପାଇଁ ସେଠାରେ ବୁଲିଥିଲେ ।

ଏହି ସେତୁ ଯୋଗୁଁ ଢେଙ୍କାନାଳ-କଟକ ମଧ୍ୟରେ ଦୂରତା ୧୬ କିଲୋମିଟର କମିଯାଇଛି । ଏହା ପରେ ସେଠାରେ ସଭାରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଉଦଘାଟନ ପରେ କଟକ-ଚୌଦ୍ୱାର-ଆଠଗଡ ଓ ଧବଳେଶ୍ୱରକୁ ଯାତାୟତ ସହଜ ହୋଇଛି ।