ଯେବେ ‘ଓଲି’କୁ ଭେଟନ୍ତି ନବୀନ: ଓଡିଶା ହକି ବିଶ୍ୱକପର ମାସକଟ୍ ସହ ମୁଖ୍ୟମନ୍ତ୍ରୀ

214

କନକ ବ୍ୟୁରୋ: ଖୁସି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱକପ ହକି ଭଳି ଏକ ଅନ୍ତର୍ଜାତୀୟ ପ୍ରତିଯୋଗୀତାର ସଫଳ ଆୟୋଜନକୁ ନେଇ ଖୁସି ଥିବା ନବୀନ ପଟ୍ଟନାୟକଙ୍କୁ ଗ୍ୟାଲେରୀ ଭିତରେ ଏଭଳି କିଛି ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଯେଉଁଠି ବିଶ୍ୱକପ ହକିର ମାସକଟ୍ ‘ଓଲି’ ସହ ଏକ ଆନନ୍ଦଦାୟକ ମୁହୂର୍ତ୍ତରେ ନଜର ଆସିଥିଲେ ନବୀନ ।

ଗହୀର ମଥାର ବିରଳ କଇଁଚ ଅଲିଭ ରିଡଲେକୁ ଚଳିତ ବିଶ୍ୱକପ ହକିର ମାସକେଟ୍ କରାଯାଇଛି । ଆଉ ଏହି ମାସକେଟ୍ ପିନ୍ଧି ବସିଥିବା ବ୍ୟକ୍ତିଙ୍କ ପାଖରେ ବସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଆଦର କରିଥିବା ଦେଖିବାକୁ ମିଳିଛି । ଗୋଟିଏ ଫ୍ରେମରେ ଓଲି ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋ ସାମନାକୁ ଆସିବା ପରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

ସେହିପରି ବିଶ୍ୱକପ ହକିର କ୍ୱାର୍ଟର ଫାଇନାଲରେ ବି ଏଭଳି ଏକ ନିଆରା ଦୃଶ୍ୟ ଦେଖଇବାକୁ ମିଳିଥିଲା । ଆଉ ଏହି ଦୃଶ୍ୟ ସମସ୍ତଙ୍କୁ ବେଶ ଆଶ୍ଚର‌୍ୟ୍ୟ କରିଥିଲା । କ୍ୱାର୍ଟର ଫାଇନାଲ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ସରିବା ପରେ ଯେତେବେଳେ କ୍ୟାମେରା ମୁଖ୍ୟମନ୍ତ୍ରୀ ବସିଥିବା ଗ୍ୟାଲେରୀ ଉପରେ ପଡିଥିଲା ସେତେବେଳେ ତାଳି ମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । କାରଣ ଗ୍ୟାଲେରୀରେ କେବଳ ନବୀନ ବସିନଥିଲେ ବରଂ ତାଙ୍କ ପାଖରେ ଘେରି ବସିଥିଲେ ଆତ୍ମସର୍ମପଣ କରିଥିବା ହାର୍ଡକୋର ମାଓବାଦୀ ।ଗୋଟିଏ ପଟେ ପଡ଼ିଆ ଭିତରେ କ୍ୱାଟର ଫାଇନାଲରେ ଜୋରଦାର ମୁକାବିଲା ହେଉଥିଲା, ଅନ୍ୟପଟେ ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।