ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ସାଂସଦ, ବିଧାୟକଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚିଠି: ଦଳୀୟ ଫଣ୍ଡକୁ ଗୋଟିଏ ମାସର ଦରମା ଦେବା ପାଇଁ ଅନୁରୋଧ

379

କନକ ବ୍ୟୁରୋ: ପ୍ରତିଷ୍ଠା ଦିବସ ପୂର୍ବରୁ ନେତା, କର୍ମୀ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଚିଠିରେ ସେ ସାଂସଦ ଓ ବିଧାୟକଙ୍କ ଗୋଟିଏ ମାସର ଦରମାକୁ ଦଳୀୟ ପାଣ୍ଠିକୁ ଦେବାକୁ ଅନୁରୋଧ କରିଚନ୍ତି । ଏହା ସହିତ ପ୍ରତି ଜିଲ୍ଲାରୁ ଯେଉଁ ଶୁଭେଚ୍ଛୁ ଓ ସମର୍ଥକ ବିଜେଡି ଦଳକୁ ପାଣ୍ଠି ସଂଗ୍ରହ କରିବାରେ ସହଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଚେକ କିମ୍ବା ଅନଲାଇନରେ ଏହାକୁ ଦେବା ପାଇଁ ଚିଠିରେ କୁହାଯାଇଛି ।

ଜିଲ୍ଲା ସଭାପତିମାନେ ଏ ନେଇ ନିଶ୍ଚିତ କରିବେ । ବିଜେଡି ଆସନ୍ତା ୧୬ ତାରିଖରେ ୨୧ ବର୍ଷ ପୂରଣ କରି ୨୨ ବର୍ଷରେ ପହଚିଛି । ଏ ଦିଗରେ ଜନପ୍ରତିନିଧି, କର୍ମକର୍ତା , ପଦାଧିକାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ । କର୍ମୀ ଓ ନେତାଙ୍କ ପ୍ରତିପ୍ରଦ୍ଧତା ଯୋଗୁଁ ବିଜେଡି ଓଡିଶାବାସୀଙ୍କ ନିକଟରେ ଗ୍ରହଣୀୟ ହୋଇଛି ଓ ଲୋକଙ୍କ ଆସ୍ଥା ଓ ଭରସା ଲଗାତାର ଭାବରେ ବଢିଚାଲିଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ବିଜେଡି ସୁପ୍ରିମୋ ଆଶା ପ୍ରକାଶ କରିଛନ୍ତି ।