ଆସନ୍ତାକାଲି ପୁରୀ ଯିବେ ନବୀନ । ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ ।

276

କନକ ବ୍ୟୁରୋ : ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କାଲି କାଳିଆଧାମ ଯିବେ ନବୀନ । ମଧ୍ୟାହ୍ନ ୧୨ଟା ସମୟରେ ବଡ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିର ଭିତରେ ପ୍ରାୟ ୨୦ରୁ ୩୦ ମିନିଟ୍ ସମୟ ବିତାଇବା ପରେ ପୁରୀରେ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ପୁଣିଥରେ ଭୁବନେଶ୍ୱରକୁ ଫେରି ଆସିବେ ମୁଖ୍ୟମନ୍ତ୍ରୀ ।

ପ୍ରତିବର୍ଷ ନୂଆବର୍ଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି ନବୀନ । କିନ୍ତୁ ଚଳିତ ଥର ଭିଣୋଇଙ୍କ ଦେହାନ୍ତ କାରଣରୁ ନୂଆବର୍ଷରେ ପୁରୀ ଯାଇ ପାରିନଥିଲେ କି ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ । ତେବେ ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ନବୀନ ।