ଭଞ୍ଜନଗରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ପିଏମ-କିଷାନ ଯୋଜନାକୁ କଲେ ସମାଲୋଚନା । 

105

କନକ ବ୍ୟୁରୋ: ପିଏମ କିଷାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା । ପିଏମ-କିଷାନ ଯୋଜନାରେ ନାହିଁ ଚାଷୀଙ୍କ ପାଇଁ ବିଶେଷ ସୁବିଧା । କାରଣ ପିଏମ-କିଷାନ ଯୋଜନାରେ କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କୁ ସାମିଲ କରାଯାଇ ନାହିଁ । ସେହିଭଳି ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି ବୋଲି କହିଛନ୍ତି ନବୀନ ।

‘କାଳିଆ’ ଯୋଜନାରେ କ୍ଷୁଦ୍ର ଚାଷୀ, ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କ ପାଇଁ ସୁବିଧା ରହିଛି । କିନ୍ତୁ ପିଏମ-କିଷାନ ଯୋଜନାରେ ଏହିସବୁର ସୁବିଧା ନାହିଁ । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଭଞ୍ଜନଗର ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୌଦ୍ଧ ଗସ୍ତ ସାରି ନବୀନ ଗଞ୍ଜାମର ଭଞ୍ଜନଗରରେ ପହଂଚିଥିଲେ । ସେଠାରେ ମଧ୍ୟ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ବୈଦ୍ଧ କଂଟାମାଳ ଗସ୍ତରେ ଯାଇ ୧୧୬ କୋଟି ଟଂକାର ୪୫ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି ।