ଆଜି ବୌଦ୍ଧ ଏବଂ ଗଂଜାମ ଜିଲ୍ଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ

102

କନକ ବ୍ୟୁରୋ:  ଆଜି ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତେରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବୌଦ୍ଧ ଗସ୍ତରେ ଯିବେ । କଂଟାମାଳରେ ୧୧୬ କୋଟି ଟଂକାର ୪୫ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି ।

cm in baripada

ସେହିପରି କଂଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ । ଏହାସହ ସେଠାରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବୌଦ୍ଧରେ ମୁଖ୍ୟମନ୍ତ୍ରୀ ୭୬ କୋଟି ଟଙ୍କାରେ ୪୭ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ ।

ଏହାସହ ୨୮ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ସହ ସାଧାରଣ ସଭାରେ ଯୋଗଦେବେ ନବୀନ । ବୌଦ୍ଧ ଗସ୍ତ ପରେ ନବୀନ ଗଞ୍ଜାମର ଭଞ୍ଜନଗର ଗସ୍ତରେ ଯିବେ । ସେଠାରେ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।