ପୁଣି ନିର୍ବାଚନୀ ସଭାରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍। କହିଲେ, ନିର୍ବାଚନ ସମୟରେ ଆସୁଛନ୍ତି କେନ୍ଦ୍ରର ବଡ ବଡ ନେତା ହେଲେ ବିପର୍ଯ୍ୟୟ ବେଳେ ମିଳୁନି ଦେଖା

190

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ଆଜି ବି ଦମ୍ଭ ଓ ଆତ୍ମବିଶ୍ୱାସ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପୂର୍ବରୁ କରିଥିବା ଭବିଷ୍ୟବାଣୀଙ୍କୁ ଆଜି ପୁଣି ଥରେ ଦୋହରାଇଛନ୍ତି ନବୀନ । ଚଳିତଥର ନିର୍ବାଚନରେ କୌଣସି ଜାତୀୟ ଦଳ କେନ୍ଦ୍ରରେ ସଂଖ।।ଗରିଷ୍ଠତା ପାଇବେ ନାହିଁ । ହାରିବା ଭୟରେ ବିଜେପି ଏବେ ଛାନିଆ ହୋଇପଡିଛି । କେନ୍ଦ୍ରରେ ଆଂଚଳିକ ଦଳଗୁଡିକ ହିଁ ସରକାର ଗଠନରେ ସାଜିବେ କିଙ୍ଗ ମେକର ବୋଲି ଆଜି ପୁଣି ଥରେ ନିର୍ବାଚନୀ ସଭାରେ ଦୋହରାଇଛନ୍ତି ନବୀନ ।

ଆସନ୍ତା ୨୩ ତାରିଖରେ ରାଜରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଆଜି ସମ୍ଭଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ନବୀନ । ଏଠାରେ ସେ ଦର୍ଳିୟ ପ୍ରାର୍ଥର୍ୀଙ୍କ ପାଇଁ ଭୋଟ୍ ମାଗିବା ସହ କେନ୍ଦ୍ର ଉପରେ ବର୍ଷିଛନ୍ତି ।

କେନ୍ଦ୍ର ସରକାର ଉପରେ ତଗଡା ଆକ୍ରମଣ କରି ନବୀନ କହିଛନ୍ତି, କେନ୍ଦ୍ରର ବଡ ବଡ ନେତା ନିର୍ବାଚନ ସମୟରେ ଓଡିଶା ଆସୁଛନ୍ତି । କିନ୍ତୁ ଫାଇଲିନ, ହୁଡୁହୁଡ , ତିତିଲି ଏବଂ ମରୁଡି ସମୟରେ କୁଆଡେ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଧାନର ଏମଏସପି କୁଆଡେ ଗଲା, ମହାନଦୀ ପାଣି କାହିଁକି ବନ୍ଦ କଲେ, ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କ ଛାତ୍ରବୃତିକୁ କାହିକିଁ ବନ୍ଦ କଲେ ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ ଭୋଟରେ ଦେବାକୁ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରିଛି । ୪୦ ଲକ୍ଷ ଚାଷୀ ଏହାର ସୁଫଳ ପାଇଛନ୍ତି । ମୁଁ ଥିବା ପର୍ଯ୍ୟନ୍ତ ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଜେଡି ପୁନର୍ବାର ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ‘କାଳିଆ’ର ୨ଟି କିସ୍ତିର ଟଙ୍କା ଚାଷୀଙ୍କୁ ଦିଆଯିବ କହି ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିଛନ୍ତି ନବୀନ । ମିଶନ ଶକ୍ତି ମାଆମାନଙ୍କୁ ଆମେ ୫ ହଜାର କୋଟି ଟଙ୍କାର ବେପାର ଦେବାକୁ ସଂକଳ୍ପ ନେଇଛୁ ଏବଂ ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ ଯାହାକି କେନ୍ଦ୍ର ତୁଳନାରେ ଦୁଇଗୁଣା ବୋଲି କହିଛନ୍ତି ନବୀନ । ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଶଂଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ବୋଲି କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।