ଜିଲ୍ଲାପାଳ କର୍ମଶାଳାର ଶେଷଦିନ ! ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦେଲେ ଶାସନର ମନ୍ତ୍ର

27

କନକ ବ୍ୟୁରୋ : କର୍ମଶାଳାର ଶେଷଦିନରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିପ୍ସ । ଆଜି ଶେଷଦିନରେ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଶାସନର ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି କି, ଦୁଇଦିନିଆ ଜିଲ୍ଲାପାଳ କର୍ମଶାଳାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଓ ପରାମର୍ଶ ଆସିଛି ।

ଏବେ ସୁଦ୍ଧା ୧୮୫ଟି ପରାମର୍ଶ ଆସିଛି । କିଛି ଜିଲ୍ଲାପାଳ ଅତି ଭଲ ପ୍ରଦର୍ଶନ କରିଛନ୍ତି । ଯେଉଁ ଜିଲ୍ଲାପାଳ ଭଲ କାମ କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାର ଦୃର୍ନୀତି ପ୍ରତି ଜିରୋ-ଟୋଲରେସନ ଦେଖାଇଛନ୍ତି । ଅଭିଯୋଗ ପ୍ରକୋଷ୍ଠକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-