ବଜେଟକୁ ବିକାଶର ଟ୍ୟାଗ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ସମସ୍ତଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ବଜେଟ୍ ।

114

କନକ ବ୍ୟୁରୋ : ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ । ମୋଟ ୧,୩୯,୦୦୦ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଯେଉଁଥିରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ତାହା ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଉ ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବଜେଟକୁ ବିକାଶର ବଜେଟର ଟ୍ୟାଗ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବଜେଟରେ ଚାଷୀ, ମହିଳା,ଗରିବଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା ବିକାଶର ବଜେଟ ବୋଲି କହିଛନ୍ତି ନବୀନ । ଏହାଛଡା ଗତ ୬ ବର୍ଷରେ ଦେଶ ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ୍ ଯୋଜନାରେ ମହିଳା ମାନେ ୧୦ ଲକ୍ଷ ଟଙ୍କା ଯାଏଁ ସହାୟତା ପାଇପାରିବେ ବୋଲି ନବୀନ ଦୋହରାଇଛନ୍ତି ।

ନବୀନ କହିଛନ୍ତି, ବାତ୍ୟା ଫନି ପରେ ପୁନରୁଦ୍ଧାର କାର୍ଯ୍ୟ ନେଇ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଓଡ଼ିଆ ବିଶ୍ୱବଦ୍ୟାଳୟ ପାଇଁ ବଜେଟକୁ ଗୁରୁତ୍ୱ ଦିଆଯାଇଛି। ଜଗା ମିଶନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହା ଏକ ଭଲ ବଜେଟ ବୋଲି ନବୀନ କହିଛନ୍ତି।