କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୧୭ଟି ଆଇକନିକ୍ ପର୍ଯ୍ୟଟନ ସାଇଟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ସ୍ଥାନିତ କରିବାକୁ ଜଣାଇଲେ ଦାବି ।

107

କନକ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୧୭ଟି ଆଇକନିକ୍ ସାଇଟରେ ଓଡ଼ିଶାର ସ୍ଥାନ ସାମିଲ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପାଟିଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି କି, ରାଜ୍ୟରେ କୋଣାର୍କ ସୂର୍ଯ୍ୟମନ୍ଦିର, ଚିଲିକା ହ୍ରଦ, ଭିତରକନିକା ଜାତୀୟ ଉଦ୍ୟାନ, ଶିମିଳିପାଳ ଅଭୟାରଣ୍ୟ ଏବଂ ହୀରକ ତ୍ରିଭୂଜ ବୌଦ୍ଧସ୍ତୁପ ମାନ ରହିଛି ।

ସେପଟେ ରାଜ୍ୟର ଏଭଳି ୫ଟି ଐତିହ୍ୟସ୍ଥଳୀ ମଧ୍ୟରୁ ୧୭ଟି ଆଇକନିକ୍ ସାଇଟରେ ଏହାକୁ ସ୍ଥାନ ନମିଳିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ରାଜ୍ୟର ଏହି ୫ଟି ଐତିହ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅତିକମରେ ୨ଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍ ସାଇଟରେ ସ୍ଥାନିତ କରାଯାଉ ବୋଲି ଚିଠି ଦ୍ୱାରା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏସବୁର ସ୍ଥାନ ସ୍ୱତନ୍ତ୍ର ରହିଛି । ତେଣୁ ଅତିକମରେ ଦୁଇଟି ପର୍ଯ୍ୟଟନ ସ୍ଥାନକୁ ସାମିଲ କରିବାକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପାଟିଲକୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ନବୀନ ।