କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚିଠି ।

134

କନକ ବ୍ୟୁରୋ: କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍ଗର ପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି । ତୁରନ୍ତ ଏ ସମ୍ପର୍କରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଚିଠିରେ ରବିଶଙ୍କରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ବାରମ୍ବାର ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୂଳ ବାସିନ୍ଦାମାନେ ପ୍ରବଳ ଦାବି କରୁଛନ୍ତି । ଏ ନେଇ ପୂର୍ବରୁ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ବୋଲି ପୁଣି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ତୁରନ୍ତ ଏ ଦିଗରେ ବିଚାର ବିମର୍ଷ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।

ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଆଇନଜୀବିମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନଙ୍କ ସହ ଅନେକ ସଂଗଠନ ଏବଂ ପଶ୍ଚିମଓଡ଼ିଶାବାସୀ ଓ ରାଜନୈତିକ ଦଳମାନେ ମଧ୍ୟ ହସ୍ତକ୍ଷେପ କରିଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏହାକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ।