‘କାଳିଆ’ ଗଢ଼ିବ ଚାଷୀ ପିଲାଙ୍କ ଭବିଷ୍ୟତ ! ‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

252

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କାଳିଆ ସ୍କଲାରସିପର ଆବେଦନ ପ୍ରକ୍ରିୟା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।  ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । କୃତ୍ତି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ସମସ୍ତ ଖର୍ଚ୍ଚ ଯଥା ପାଠ୍ୟକ୍ରମ, ହଷ୍ଟେଲ, ମେସ୍ ଦେୟ ପୂର୍ବ ନିଷ୍ପତି ଅନୁସାରେ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ମେରୁଦଣ୍ଡ ହେଉଛନ୍ତି ଚାଷୀ, ତେଣୁ ରାଜ୍ୟରେ କୃଷି ଉନ୍ନତି କଲେ ସକଳ ଉନ୍ନତି ହୋଇପାରିବ

ଏହି ଛାତ୍ରବୃତ୍ତିରେ ଏହି ସବୁ ସୁବିଧା ମିଳିବ ।

ବୈଷୟିକ ତାଲିମ ଓ ଡ଼ିପ୍ଲୋମା ଭଳି ପାଠ୍ୟକ୍ରମ ଏହି ଛାତ୍ରବୃତ୍ତିରେ କାଳିଆ ହିତାଧିକାରୀଙ୍କ ପିଲାମାନେ ପାଇପାରିବେ । ଯେଉଁଥିରେ ୧୧ରୁ ଅଧିକ ବୈଷୟିକ ତାଲିମ, ୧୦୦ରୁ ଅଧିକ ଡ଼ିପ୍ଲୋମା ପାଠ୍ୟକ୍ରମ ପାଖାପାଖି ୧୪୬ଟି ଶିକ୍ଷାନୁଷ୍ଠାନରେ ପ୍ରଦାନ କରାଯିବ । ସମସ୍ତ ସରକାରୀ ଆଇ.ଟି,ଆଇ ପଲିଟେକନିକ୍, ବି-ଫାର୍ମା, ନର୍ସିଂ, ସର୍ଜିକାଲ୍ ଆସିଷ୍ଟାଣ୍ଟ ଭଳି ମୋଟ୍ ୧୨ଟି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଏହି ଛାତବୃତ୍ତି ଲାଗୁ ହେବ ।

ସେହିଭଳି ୧୩ରୁ ଅଧିକ ବୃତ୍ତିଗତ ଶିକ୍ଷା ରାଜ୍ୟର ୩୦ରୁ ଉଦ୍ଧ୍ୱର୍ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମିଳି । ଯୋଗ୍ୟ ବିବେଚିତ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଏମ.ବି.ବି ଏସ, ବି.ବି.ଏସ. ବି.ଏ.ଏମ.ଏସ, ବି,ଫାର୍ମା, ବି.ଏସ.ସି ନର୍ସିଂ ଭଳି ୧୩ଟି ପାଠ୍ୟକ୍ରମ ପାଇଁ କାଳିଆ ଛାତ୍ରବୃତ୍ତି ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ କାଳିଆ ହେଲ୍ପଲାଇନ୍ ୧୮୦୦୫୭୨୧୧୨୨ ନମ୍ବରରେ କଲ କରିପାରିବେ ।