ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆସନ୍ତା କାଲି ଇନଭେଷ୍ଟମେଣ୍ଟ ‘ରୋଡ ଶୋ’ କାର୍ଯ୍ୟକ୍ରମରେ ଯୋଗଦେବେ

34

କନକ ବ୍ୟୁରୋ : ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁମ୍ବାଇରେ ପହଁଚି ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱରେ ଆସନ୍ତାକାଲି ଏକ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ରୋଡ ଶୋ ପରେ ମୁମ୍ବାଇର ଏକ ପଞ୍ଚ ତାରକା ହେଟେଲରେ ‘ଇନଭେଷ୍ଟର୍ସ ମିଟରେ’ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ।

 

ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ ଓଡିଶାରେ ହେବ ମେକ ଇନ ଓଡିଶା କନକ୍ଲେଭ । ତାକୁ ସଫଳ କରାଇବା ପାଇଁ ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହେବେ ଶିଳ୍ପାନୁଷ୍ଠାନ ତାହା ଉପରେ ମଧ୍ୟ ଗୁରୁତ୍ୱ । ଗତ କିଛି ଦିନ ତଳେ ଇଜ୍ ଅଫ ଡୁଇଙ୍ଗ ବିଜନେସରେ ଓଡିଶାର ସ୍ଥାନ ବିଗତ ବର୍ଷ ତୁଳନାରେ ତଳକୁ ଖସିଯାଇଥିଲା । ଯାହାକୁ ନେଇ ବିରୋଧୀମାନେ ଅନେକ ସମୟରେ ଶାସକ ଦଳ ତାଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ତେବେ ଓଡିଶାରେ କିଭଳି ପୁଞ୍ଜି ନିବେଶ କ୍ଷେତ୍ରରେ ସହାୟକ ହେବ ସେନେଇ ମଧ୍ୟ ଅଗାମୀ ଦିନରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ ହେବ । ତେଣୁ ହେବାକୁଥିବା ମେକ ଇନ ଓଡିଶା କନକ୍ଲେଭ କିଭଳି ସଫଳ ରୂପାୟନ ହେବ ତାହାକୁ ନେଇ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।