ବିଳମ୍ବ ହେବ କି ପାଟକୁରା ନିର୍ବାଚନ ? ବାତ୍ୟା ‘ଫୋନି’ ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ନବୀନ ।

719

କନକ ବ୍ୟୁରୋ: ବିଳମ୍ବ ହେବ କି ପାଟକୁରା ନିର୍ବାଚନ ? ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦିଲ୍ଲୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ ହେଲେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବି ବୋଲି କହିଛନ୍ତି ନବୀନ । ତେଣୁ ସନ୍ଧ୍ୟାରେ ଇସିଆଇ ସୁନିଲ ଅରୋରାଙ୍କୁ ଭେଟିବେ ବୋଲି ଦିଲ୍ଲୀରେ ପହଁଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ବାତ୍ୟା ‘ଫୋନି’ ଓଡ଼ିଶାକୁ କ୍ଷତିଗ୍ରସ୍ତ କରାଏ ତେବେ ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କରିବି ବୋଲି କହିଛନ୍ତି ନବୀନ । ତେବେ ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ ।

ଅନ୍ୟପଟେ ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବାତ୍ୟା ‘ଫୋନି’ର ପ୍ରଭାବ ଓଡ଼ିଶା ପ୍ରତି ଅଧିକ ମାତ୍ରାରେ ରହିଥିବାରୁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଚାହୁଁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ଏନେଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଏବଂ ସନ୍ଧ୍ୟାରେ ଭାରତୀୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟି ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।