୯ବର୍ଷ ପରେ ମିଳିଲା ବିଧାୟକଙ୍କୁ ପ୍ରଦର୍ଶନ ପାଇଁ ପୁରସ୍କାର: ୨୦୧୮ରେ ମିଳିଲା ୨୦୦୯ର ସମ୍ମାନ, ୩ଟି ବର୍ଗରେ ୨୪ ବିଧାୟକ ସମ୍ମାନିତ

39

କନକ ବ୍ୟୁରୋ: ବିଧାୟକ ଭାବେ ୨୦୦୯ରେ ଭଲ ପ୍ରଦର୍ଶନ କରିଥିଲେ, ହେଲେ ଶ୍ରେଷ୍ଠ ବିଧାୟକ ସମ୍ମାନ ମିଳିଲା ୨୦୧୮ରେ । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୮ ବର୍ଷରେ ୨୪ ଜଣ ବିଧାୟକ ହେଲେ ସମ୍ମାନିତ । ତିନିଟି କାଟାଗୋରିରେ ପଣ୍ଡିତ ନୀଳକଣ୍ଠ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ଉକ୍ରଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ବିଧାୟକଙ୍କୁ ଏକ ଲକ୍ଷ ଟଙ୍କା, ପୂର୍ବତନ ବିଧାୟକଙ୍କୁ ୭୫ ହଜାର ଟଙ୍କା ଓ ନବାଗତ ବିଧାୟକଙ୍କୁ ୫୦ ହଜାର ଟଙ୍କା ଲେଖାଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । କ୍ଷମତାର ଅପବ୍ୟବହାର ନକରି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୨୪ଜଣ ଶ୍ରେଷ୍ଠ ବିଧାୟକଙ୍କୁ ବିଧାନସଭା ପରିସରରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍ ୮ ବର୍ଷର ପୁରସ୍କାରକୁ ଏକାବେଳେ ଦିଆଯାଇଛି । ଶ୍ରେଷ୍ଠ ବିଧାୟକମାନଙ୍କୁ ତିନିଟି କାଟାଗୋରି – ପଣ୍ଡିତ ନୀଳକଣ୍ଠ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ଉକ୍ରଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି । ବିଧାୟକମାନଙ୍କୁ କ୍ଷମତାର ଅପବ୍ୟବହାର ନକରି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୦୯ ପାଇଁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ପାଇଛନ୍ତି ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ । ୨୦୧୦ ପାଇଁ ଅରୁଣ ସାହୁ, ୨୦୧୧ ପାଇଁ ପ୍ରଭାତ ବିଶ୍ୱାଳ, ୨୦୧୨ ପାଇଁ ଡାକ୍ତର ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ , ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।

୨୦୦୯ ପାଇଁ ଉକ୍ରଳମଣି ଗୋପବନ୍ଧୁ ଦାସ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାଣିକ ଓ ୨୦୧୬ ପାଇଁ ଚକ୍ରଧର ପାଇକ ।

ସେହିପରି ନବାଗତ ବିଧାୟକଙ୍କୁ ଦିଆଯାଇଛି ଉକ୍ରଳ ଗୌରବ ମଧୁସୂଧନ ସମ୍ମାନ । ୨୦୦୯ ପାଇଁ ସଞ୍ଜୟ କୁମାର ଦାସ ବର୍ମା, ୨୦୧୦ ପାଇଁ ପ୍ରୀତିରଞ୍ଜନ ଘଡାଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାଶ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର, ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ଉକ୍ରଳମଣି ଗୋପବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି ।