କୃଷକଙ୍କ ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ,୧୨ଟି ଆଦିବାସୀ ଜିଲ୍ଲାର କୃଷକ ହେବେ ଉପକୃତ ।

୧ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହା ସହାୟକ ହେବ । ୧୬ ହଜାର ଏକ ଜମିକୁ ଜଳ ସେଚିତ ଜମିରେ ପରିଣତ କରିବାରେ ମଧ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

244

କନକ ବ୍ୟୁରୋ: ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା । କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢ଼ିପ ଜମିରେ ଉଦ୍ୟାନ କୃଷି ଭିତ୍ତିକ ଚାଷ ପାଇଁ ଏହି କ୍ଲଷ୍ଟର କାର୍ଯ୍ୟକାରୀ ହେବ । ୪ ବର୍ଷ ମଧ୍ୟରେ ଢ଼ିପ ଜମି ଥିବା ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ ପ୍ରତିଷ୍ଠା ହେବ କ୍ଲଷ୍ଟର । ଏହାଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ସହ ୪୦୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖିଛନ୍ତି ରାଜ୍ୟ ସରକାର ।

Kantapda farmer problemଏହି କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ , ଜୀବିକା ମିଶନ ଏବଂ ବି-ଆର-ଏଲ-ଏଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି କ୍ଲଷ୍ଟର ଜରିଆରେ ୬୫୦ଟି ଉତ୍ପାଦ ଗୋଷ୍ଠୀ ଏବଂ ୩୦ଟି ଉତ୍ପାଦକ କମ୍ପାନୀ ଗଠନ ହେବ କରାଯିବ । ଯେଉଁଥିରେ ୧୬ ହଜାର ଏକ ଜମିକୁ ଜଳ ସେଚିତ ଜମିରେ ପରିଣତ କରିବା, ୮ ହଜାର ଏକର ଜମିରେ ଫଳ ବଗିଚା ସୃଷ୍ଟି କରିବ. ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇଦେବା ସହ ୩୦ ହଜାର ଚାଷୀଙ୍କୁ ଛେଳି ଓ କୁକଡ଼ା ପାଳନ ନିମନ୍ତେ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

କେବଳ ଏତିକି ନୁହେଁ କୃଷି ଉତ୍ପାଦନକୁ ସଠିକ ମୂଲ୍ୟରେ ଖରିଦ କରିବା ପାଇଁ ବଜାର ସହିତ ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଯେଉଁଥିରେ କୃଷି ଉଦ୍ୟମୀଙ୍କ ଚୟନ ଓ ଦକ୍ଷତା ବୃଦ୍ଧି କରାଯିବା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।