ସଚିବାଳୟରେ ପିଠା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ସେପଟେ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ସାମିଲ ନେଇ ଘୋଷଣା କଲେ ନବୀନ

ସଚିବାଳୟରେ ପିଠା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

284

କନକ ବ୍ୟୁରୋ : ସଚିବାଳୟରେ ପିଠା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ତେବେ ଏହି ସମୀକ୍ଷା ବେଳେ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା ମିଳିଛି । ଡିସେମ୍ବର ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ମାସିକ ଭତ୍ତା ପାଉଥିଲେ । ଆଜିର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାପରେ ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ସହ ଆଉ ୫ ଲକ୍ଷ ଲୋକ ଯୋଡି ହେବେ ବୋଲି ସୂଚନା ମିଳିଛି ।

 

ତେବେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପିଠା ଯୋଜନା ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର୍ଯ୍ୟ କରୁଛି । ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ପିଠା ଯୋଜନାରେ ପ୍ରତି ମାସରେ ଏକ କ୍ୟାମ୍ପ ଆୟୋଜନ କରାଯିବ । ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ । ଖାସକରି ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇ ଦିଆଯିବ ।