ନିୟମ ମାନିଲେ ମୁଖ୍ୟମନ୍ତ୍ରୀ । ସିଟ୍ ବେଲ୍ଟ ପିନ୍ଧିଲେ, ଗାଡ଼ି ଚାଳକଙ୍କୁ ସଚେତନତା ବାର୍ତ୍ତା ଦେଲେ ।

535

କନକ ବ୍ୟୁରୋ: ନିୟମ ମାନିଲେ ରାଜ୍ୟ ମୁଖିଆ । ନିଜେ ନିୟମ ମାନିଲେ ସିଟ୍ ବେଲ୍ଟ ଲଗାଇ ଗାଡ଼ି ଚାଳକଙ୍କୁ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏନେଇ ଖୋଦ୍ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ନିଜେ ବସିଥିବା କାରର ସିଟ୍ ବେଲ୍ଟ ଲଗାଇଥିବା ନଜର ଆସି ଆଇନରୁ ଉଦ୍ଧ୍ୱର୍ କେହି ନୁହେଁ ବୋଲି ବାର୍ତ୍ତା ଦେଇଛନ୍ତି ।

ଅନ୍ୟପଟେ ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ମୋଟା ଅଙ୍କର ଜରିମାନାକୁ ନେଇ ଅସନ୍ତୋଷ ଥିବା ଜନତାଙ୍କ ପାଇଁ ୩ ମାସର ମହଲତ ଦେଇଥିଲେ ନବୀନ । ସେ ୩ ମାସ ମଧ୍ୟରେ ସମସ୍ତେ ଗାଡ଼ି କାଗଜପତ୍ର ନିୟମିତ କରିବା ଲାଗି ଆହ୍ଵାନ ଦେଇଛନ୍ତି। ଏଥିସହ ରାଜ୍ୟ ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ଟ୍ରାଫିକ ନିୟମ ମାନିବାରେ ଖୋଦ୍ ମୁଖ୍ୟମନ୍ତ୍ରୀ କିନ୍ତୁ ପଛରେ ନାହାନ୍ତି । ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋ ଟୁଇଟ କରାଯାଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସିଟ୍ ବେଲ୍ଟ ବାନ୍ଧି ନିଜ ଗାଡ଼ିରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ଏହି ଟୁଇଟରେ ଲେଖାଯାଇଛି କି ସଡ଼କ ନିରାପତ୍ତାର ଉଦାହରଣ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ ।