ନେତାଙ୍କୁ ମିଳିଲା ସରକାରୀ ନିଗମର ମୁଖ୍ୟ ଦାୟିତ୍ୱ । ଥଇଥାନ କଲେ ନବୀନ ।

1,352

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ଥଇଥାନ । ବିଭିନ୍ନ ନେତାଙ୍କୁ ରାଜ୍ୟର ବିଭିନ୍ନ ନିଗମ ମୁଖ୍ୟ ଭାବେ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ସୁବାସ ସିଂଙ୍କୁ ଦାୟିତ୍ୱ ମିଳିଥିବାବେଳେ କୁନା ତ୍ରିପାଠୀଙ୍କୁ ଓଡିଶା ଚଳଚିତ୍ର ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିଭଳି କୃତ୍ତିବାସ ପାତ୍ରଙ୍କୁ କୃଷି ବିଭାଗର ଉପଦେଷ୍ଟା , ପ୍ରିୟଦର୍ଶୀ ମିଶ୍ର ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର ।

ଅନ୍ୟପଟେ ଚଳିତ ନିର୍ବାଚନରେ କୋରେଇ ଟିକେଟରୁ ବଞ୍ଚିତ ଥିବା ଆକାଶ ଦାସ ନାୟକଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସୁସ୍ମିତା ବାଗଚିଙ୍କୁ ‘ମୋ ସ୍କୁଲ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି । ସେହିପରି ଦିଲ୍ଲୀପ ତୀର୍କିଙ୍କୁ ଓଡିଶା ହକି ପ୍ରମୋଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ଶ୍ରୀମୟୀ ମିଶୟଙ୍କୁ ଓଟିଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଅନୁପ ସାଏ ପଣ୍ୟଗାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ ନାୟକଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଚିନ୍ମୟ ସାହୁଙ୍କୁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ମିଳିଛି ।

ଅନୁଭବ ପଟ୍ଟନାୟକଙ୍କୁ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଉତ୍କଳ କେଶରୀ ପରିଡାଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭାବେ ଅମରେନ୍ଦ୍ର ଦାସଙ୍କୁ କାଜୁ ନିଗମର ଅଧ୍ୟକ୍ଷ, ଲେନିନ ମହାନ୍ତିଙ୍କୁ ଉତ୍କଳ ପ୍ରସଙ୍ଗର ଉପଦେଷ୍ଟା, ସୁଜିତ କୁମାରଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ମିଳିଛି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ମୀନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଅମରେଶ ପତ୍ରିଙ୍କୁ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ବିନୟ ଟପୋଙ୍କୁ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ମାନସ ମାଡ଼କାମୀଙ୍କୁ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନଯୁକ୍ତି ମିଳିଛି ।

ସେହିପରି ଶ୍ରୀମତି ମୀନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିବାବେଳେ କସ୍ତୁରୀ ମହାପାତ୍ରଙ୍କୁ ସମାଜ ମଙ୍ଗଳ ବୋର୍ଡର ଅଧକ୍ଷା, ଲୋପାମୂଦ୍ରା ବକ୍ସିପାତ୍ର ମିଶନ ଶକ୍ତି ଉପଦେଷ୍ଟା ଭାବେ ନୂଆ ଦାୟିତ୍ୱ ମିଳିଛି ।