ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ମହିଳା ଓ ଶିଶୁ ବିକାଶ ପାଇଁ ସରକାରଙ୍କ ଗୁରୁତ୍ୱ, ଆଣିଲେ ଚାକିରୀ ସୁଯୋଗ।

1,825

କନକ ବ୍ୟୁରୋ: ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଘୋଷଣା । ସିଡ଼ିପିଓ, ସବ୍-ଡ଼ିଭିଜନ୍ ଏବଂ ଜିଲ୍ଲା ସ୍ତରରେ ୯୩ଟି ନୂତନ ପ୍ରୋଗ୍ରାମ୍ ଅଫିସର ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଦୁଇଟି ଉପ-ସଚିବ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସେହିଭଳି ୧୩ଟି ଜିଲ୍ଲା ସମାଜିକ ମଙ୍ଗଳ ଅଧିକାରୀ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମହିଳା ଓ ଶିଶୁ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ମହିଳା ଓ ଶିଶୁ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ଏବଂ ଏହି ଦିଗରେ ମିଳିତ ଶିଶୁ ବିକାଶ ସମନ୍ୱୟ ସେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତେବେ ଏହାକୁ ଅଧିକ ତ୍ୱରାନିତ ଏବଂ ମହିଳା ଓ ଶିଶୁଙ୍କ ପ୍ରତି ବିଭିନ୍ନ ସେବା କିପରି ସଠିକ୍ ଭାବେ ପହଁଚି ପାରିବ ତାହାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହାର ସଠିକ୍ ରୂପାୟନ ପାଇଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।