ଅଙ୍ଗନୱାଡ଼ିଙ୍କ କର୍ମୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ପାରିଶ୍ରମିକ, ଅବସର ବୟସ ସୀମା ।

1,565

କନକ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି ଏବଂ ସହାୟିକାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି । ଅଙ୍ଗନୱାଡ଼ିଙ୍କ ମାସିକ ଦରମା ୬ ହଜାରରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାସହ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନୱାଡ଼ି ହେଲପରଙ୍କ ମାସିକ ଦରମା ୩ ଜହାର ବଦଳରେ ୩୭୫୦ ଟଙ୍କାକୁ ବୃଦ୍ଧି କରିଲେ ସରକାର । ଏହାସହ ୬୦ ବର୍ଷର ଅବସରକୁ ୬୨ ବର୍ଷ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

deadline to anganwadi workerମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଅଙ୍ଗନୱାଡ଼ିଙ୍କ ପାଇଁ ଏହି ନିୟମ ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି ସଚିବାଳୟରେ ଗୁରୁତ୍ୱପ୍ରୂ୍ଣ ନିଷ୍ପତି ନିଆଯାଇଛି । ତେବେ ବର୍ଷକୁ ୧୫ ଦିନର ଖରା ଛୁଟି ନେଇ ପାରିବେ ଅଙ୍ଗନୱାଡ଼ି କର୍ମୀ ଏବଂ ହେଲପର ବୋଲି ରାଜ୍ୟ ସରକାରଙ୍କ ନିଷ୍ପତି । ଅବସର ବେଳେ ଅଙ୍ଗନୱାଡ଼ି କର୍ମୀଙ୍କୁ ମିଳିବ ସାମାଜିକ ସୁରକ୍ଷା । ଏହି ଅନୁସାରେ ବର୍ଷକୁ ୨୦ ହଜାର ୧୫ ହଜାର ଏବଂ ୧୦ ହଜାର ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର ।  

ସରକାରୀ ତଥ୍ୟ ମୁତାବକ ରାଜ୍ୟର ଦେଢ଼ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏହା ଦ୍ୱାରା ଉପକୃତ ହୋଇପାରିବେ । ସେହିଭଳି ୫୦ ପ୍ରତିଶତ ପଦବୀରେ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରୁ ନିଯୁକ୍ତି ପ୍ରଦାନ କରିବେ ସରକାର । ଏହାଦ୍ୱାରା ୭୨ ହଜାର ୫ଶହ ଅଙ୍ଗନୱାଡ଼ି କର୍ମୀ, ସମାନ ସଂଖ୍ୟକ ସହାୟିକାମାନେ ଲାଭବାନ ହୋଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନେ ହେଉଛନ୍ତି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ । ସେମାନଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ରହିଛନ୍ତି ।