‘କାଳିଆ’ ଦ୍ୱନ୍ଦ ଦୂର କରିବାକୁ ସରକାରଙ୍କ ତତ୍ପରତା । କାଲିଠାରୁ ‘କାଳିଆ’ କଲ୍ ସେଣ୍ଟରେ ମିଳିବ ୨୪ ଘଣ୍ଟିଆ ସେବା ।

‘କାଳିଆ’ ଯୋଜନାକୁ ନେଇ ଦ୍ୱନ୍ଦ ଲାଗି ରହିଥିବାବେଳେ ରାଜ୍ୟ ସରକାର ଖୋଜିଛନ୍ତି ଏହାର ସମାଧାନର ବାଟ ।

527

କନକ ବ୍ୟୁରୋ: ଆଉ ହେବ ନାହିଁ ‘କାଳିଆ’ ପାଇଁ ଦ୍ୱନ୍ଦ! କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘କାଳିଆ’ର ସଫଳ ରୂପାୟନ ପାଇଁ ଆସନ୍ତାକାଲି ଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ‘କାଳିଆ’ କଲ୍ ସେଣ୍ଟର । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ କଲ୍ ସେଣ୍ଟର ପାଇଁ ପ୍ରସ୍ତୁତି ହୋଇଥିବା ଓକାକ୍ ଟ୍ୱାୱାର ପରିଦର୍ଶନ କରିଛନ୍ତି । ଏବଂ ‘କାଳିଆ’କୁ ନେଇ ଯେଉଁ ଚାଷୀ ଭାଇମାନଙ୍କର ଦ୍ୱନ୍ଦ ରହିଛି ସେମାନଙ୍କ ସହ ଭାବେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୃଷି କଲେ ଉନ୍ନତ ସକଳ ଉନ୍ନତି ଏଭଳି ସଙ୍କଳ୍ପ ଧରି ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ପରେ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା । ‘କାଳିଆ’ ଯୋଜନାକୁ ନେଇ ଦ୍ୱନ୍ଦ ଲାଗି ରହିଥିବାବେଳେ ରାଜ୍ୟ ସରକାର ଖୋଜିଛନ୍ତି ଏହାର ସମାଧାନର ବାଟ । ଗତ ଜାନୁଆରୀ ୫ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ‘କାଳିଆ’ କଲ୍ ସେଣ୍ଟର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା । କିନ୍ତୁ ଆସନ୍ତା କାଲି ଠାରୁ ‘କାଳିଆ’ କଲ୍ ସେଣ୍ଟର ଦିନ ରାତି ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କୃଷକ ଭାଇମାନଙ୍କର ‘କାଳିଆ’ ଯୋଜନାକୁ ନେଇ ଦ୍ୱନ୍ଦ ରହିଥିବ ସେମାନେ ଏହି କାଳିଆ କଲ୍ ସେଣ୍ଟରକୁ ଯୋଗାଯୋଗ କରି ତାଙ୍କ ସମସ୍ୟାର ସମାଧାନ ପାଇ ପାରିବେ ।

KALIA scheme‘କାଳିଆ’ ଯୋଜନାର ସମସ୍ତ ପ୍ରକାର ଦ୍ୱନ୍ଦର ସମାଧାନ ପାଇଁ ପୂର୍ବରୁ ଜାରି କରାଯାଇଥିବା ନିଶୁଳ୍କ ନମ୍ବର ୧୮୦୦୫୭୨୧୧୨୨ ନମ୍ବରକୁ କଲ କରିପାରିବେ ଇଚ୍ଛୁକ ବ୍ୟକ୍ତି । ତେବେ ‘କାଳିଆ’ ଯୋଜନା କଳିର ଅବସାନ ପାଇଁ ଆସନ୍ତା କାଲିଠାରୁ କୃଷକ ଭାଇ ମାନଙ୍କୁ ମିଳିବ ୨୪ ଘଣ୍ଟିଆ ସେବା ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।