ବଲାଙ୍ଗୀରର ରାଜେନ୍ଦ୍ର କଲେଜ ହେବ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

449

କନକ ବ୍ୟୁରୋ: ବଲାଙ୍ଗୀର ଯୁବ ସମାଶେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।ବଲାଙ୍ଗୀର ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏପରିକି ସେବା ଯୁବକମାନଙ୍କର ପରିଚୟ ହେବାସହ ଓଡ଼ିଆ ଜାତିର ପରିଚୟ ସେବା ହିଁ ହେଉ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । 

ଏପଟେ ଆଜି ବିଜେଡିର ବଲାଙ୍ଗୀର ସମାବେଶକୁ କାଉଣ୍ଟର କରିଥିଲା ବିଜେପି ଯୁବ ମୋର୍ଚ୍ଚା । ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଥିଲେ । ବଲାଙ୍ଗୀର ଯୁବକ ଯୁବତୀମାନଙ୍କ ରୋଜଗାର ପାଇଁ କଣ କରିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଥିଲା ବିଜେପି  । ତେବେ ରାଜେନ୍ଦ୍ର କଲେକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଘୋଷଣା କରି ମୁଖ୍ୟମନ୍ତ୍ରୀଙ୍କ ବିଜେପି ଆଣୁଥିବା ଅଭିଯୋଗର କଡ଼ା ଜବାବ୍ ଦେଇଛନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।