ଆଜି ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିବେ ନବୀନ : ଉଠିପାରେ ତୃତୀୟ ମହଲା ପ୍ରଶାସକଙ୍କ ବିବାଦୀୟ ଭୂମିକା

35

କନକ ବ୍ୟୁରୋ : ସାଂସଦଙ୍କୁ ମନାଇବେ ମୁଖ୍ୟମନ୍ତ୍ରୀ । ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ଆଜି ଦଳୀୟ ସାଂସଦଙ୍କୁ ଭେଟିବେ । ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ସାଢେ ୧୨ଟା ବେଳେ ଏହି ଭେଟଘାଟର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସାଂସଦଙ୍କ ପ୍ରତି କଣ ଆଭିମୁଖ୍ୟ ରଖିବେ ସୁପ୍ରିମୋ । ସାଂସଦଙ୍କୁ ତାଗିଦ କରିବେ ନା ଏକାଠି ରହିବାକୁ ପରାମର୍ଶ ଦେବେ ନବୀନ । ଦଳ ସମ୍ପର୍କରେ ସାର୍ବଜନୀନ ଭାବେ ବୟାନ ବାଜି ପାଇଁ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଟୁଇଟକୁ ନେଇ ବିଜେଡିରେ ଝଡ ଉଠିଥିବା ବେଳେ ଏହି ବୈଠକରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେବେ କି ନାହିଁ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।