ଶ୍ରେଷ୍ଠ ପ୍ରଶାସକର ସମ୍ମାନ ପରେ ଆଉଟଲୁକ ପତ୍ରିକା ଛାପିଲା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର : ନବୀନ କହିଲେ ସେ ନୁହଁନ୍ତି କ୍ଷମତା ଲୋଭୀ

41

କନକ ବ୍ୟୁରୋ : ଇଂରାଜୀ ସାପ୍ତାହିକ “ଆଉଟଲୁକ୍’’ ଦ୍ୱାରା ଶ୍ରେଷ୍ଠ ପ୍ରାଶସକ ରୂପେ ବିବେଚିତ ହେବା ପରେ ନବୀନ ଆଉଟଲୁକକୁ ଏକ ସାକ୍ଷାତକାର ଦେଇ କହିଛନ୍ତି- କ୍ଷମତା ପ୍ରତି ତାଙ୍କର କୌଣସି ଲୋଭ ନଥିଲା । ଆଉଟଲୁକର ପ୍ରଶ୍ନ ଥିଲା ବୟସ ବଢ଼ିବା ସହ ଆପଣ ଆପଣଙ୍କର ବାପାଙ୍କୁ ରୋଲ୍ ମଡେଲ୍ ଭାବିଥିଲେ କି? ଆପଣ କ’ଣ ଆପଣଙ୍କ ବାପାର ଏଭଳି ପ୍ରଶଂସକ ଥିଲେ ଯେ ତାଙ୍କୁ ଅନୁକରଣ କରିବାକୁ ଲାଗିଲେ, ଏବଂ ତାଙ୍କ ଭଳି ହେବାକୁ ଲାଗିଲେ?

ନବୀନ କହିଥିଲେ ମୁଁ ରାଜନୀତିରେ ପ୍ରବେଶ କରିବି ବୋଲି କେବେ ଭାବିନଥିଲି । ମାତ୍ର ୧୯୯୭ରେ ମୋ ପିତାଙ୍କ ଦେହାନ୍ତ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ମୋତେ ରାଜନୀତିରେ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ ଓ ବାପାଙ୍କ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ କହିଥିଲେ । ଓଡ଼ିଶା ଲୋକଙ୍କର ମୋ ବାପାଙ୍କ ପ୍ରତି ଶ୍ରଦ୍ଧା କାରଣରୁ ମୁଁ ଓଡ଼ିଶା ଲୋକଙ୍କ ପାଇଁ କାମ କରିବାକୁ ଚାହିଁଥିଲି ।

ଆଉଟଲୁକର ପ୍ରଶ୍ନ- କ୍ଷମତା ପ୍ରତି ମୋହ ନଥିବାରୁ ଆପଣ ରାଜନୀତିିରେ ସଫଳ ହେଲେ କି? ନବୀନ କହିଥିଲେ ମୋର କ୍ଷମତା ପ୍ରତି ଅଧିକ ଆକର୍ଷଣ ନଥିଲା । ମୁଁ ରାଜ୍ୟର ଲୋକଙ୍କ ଉନ୍ନତି ପାଇଁ ଅଧିକ ଧ୍ୟାନ ଦେଉଥିଲି । ଆଉଟଲୁକକୁ ଦେଇଥିବା ଏହି ସାକ୍ଷାତକାରରେ ନବୀନ କହିଛନ୍ତି ,ସେ ଲୋକଙ୍କ ସହ ଅଛନ୍ତି, କେବେ ସେମାନଙ୍କଠାରୁ ଦୂରତା ରଖିବାକୁ ଚେଷ୍ଟା କରନ୍ତି ନାହିଁ । ନବୀନଙ୍କ ଏହି ସାକ୍ଷାତକାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।