ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ‘ଆଶା ଅବ୍ୟାହତି ଯୋଜନା’ର ସହାୟତା ରାଶି ବୃଦ୍ଧି ସହ ମିଳିବ ଅନ୍ୟାନ୍ୟ ସୁବିଧା

156

କନକ ବ୍ୟୁରୋ: ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କର୍ମୀଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି । ଆଶା କର୍ମୀଙ୍କ ସହାୟତା ରାଶି ଆଉ ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ୧୦ ହଜାର ପାଉଥିଲେ ଆଶା କର୍ମୀ । ଏବେ ମୁଖ୍ୟମନନ୍ତ୍ରୀ ୧୦ ହଜାର ବୃଦ୍ଧି କରିବା ପରେ ଏହା ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଛତା, ସାଇକେଲ, ଆଲମିରା, ଟର୍ଚ୍ଚ ଓ ଚପଲ ପାଇଁ ଭଳି ଦୈନନ୍ଦିନ କାର୍ଯ ପାଇଁ ଏହି ଅର୍ଥ ରାଶି ସହାୟକ ହେବ ।

ଆଶା କର୍ମୀଙ୍କ କ୍ଷେତ୍ରରେ ବଡ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଶା କର୍ମୀଙ୍କ ଅବଦାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଉଦ୍ଧ୍ୱର୍ ଆଶା ମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟରତ ଆଶା କର୍ମୀଙ୍କୁ ୧୦ ହଜାରର ଆର୍ଥିକ ସହାୟତା ଦେବାରେ ପୂର୍ବରୁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଆଜି ରାଜ୍ୟ ସରକାରଙ୍କ ତରଫରୁ ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାରରୁ ୨୦ ହଜାରକୁ ବୃଦ୍ଧି କରିଛନ୍ତି । ଏଣିକି ଆଶା କର୍ମୀ ଅତି କମରେ ୧୦ ବର୍ଷ କାର୍ଯ୍ୟ କରି ସ୍ୱେଚ୍ଛାକୃତ ଭାବରେ ଅବ୍ୟାହତି ନେବେ ବା ୬୨ ବର୍ଷ ବୟସରେ ଆଶା କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ସେମାନଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଅନେକ ଲୋକାଭିମୂଖୀ ପଦକ୍ଷେପ ନିଆଯାଉଛି । ଯାହାର ସଫଳ ରୂପାୟନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।