ସଚିବାଳୟରେ ସାହସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ : ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

25

କନକ ବ୍ୟୁରୋ : ସଚିବାଳୟରେ ସାହସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ । ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ସାହସୀ ବାଳକ ପଙ୍କଜ ଓ ବାଳିକା ମମତାଙ୍କୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁମ୍ଭୀର ମୁହଁରୁ ବଡ ଭଉଣୀକୁ ବଂଚାଇ ସାହସୀକତାର ପରିଚୟ ଦେଇଥିଲେ କେନ୍ଦ୍ରାପଡାର ମମତା ଦଳେଇ ।

ସେହିଭଳି ନଦୀରେ ବୁଡି ଯାଉଥିବା ୩ ଜଣ ମହିଳାଙ୍କୁ ବଂଚାଇଥିଲେ କେନ୍ଦୁଝରର ପଙ୍କଜ ମହାନ୍ତି । ଏମାନଙ୍କୁ ଦିଲ୍ଲୀ ଦରବାରରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଆଜି ଏହି ଦୁଇ ସାହସୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।