ପୀୟୂଷଙ୍କୁ ନବୀନଙ୍କ ଚିଠି । ବ୍ରହ୍ମପୁର-ସୁରଟ ମଧ୍ୟରେ ଦୈନିକ ୨ଟି ଟ୍ରେନ୍ ସେବା ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

30

ପୀୟୂଷ ଗୋଏଲଙ୍କୁ ନବୀନଙ୍କ ଚିଠି । ବ୍ରହ୍ମପୁରରୁ ସୁରଟ ମଧ୍ୟରେ ପ୍ରତିଦିନ ୨ଟି ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ଏନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ଓଡିଶାର ବହୁତ ଲୋକ କାର୍ଯ୍ୟରତ ଅଛନ୍ତି । ପାଖାପାଖି ୭ ଲକ୍ଷ ଓଡିଆ ଲୋକ ସୁରଟରେ ବସବାସ କରୁଛନ୍ତି । ସେମାନେ କିଭଳି ସ୍ୱଳ୍ପ ସମୟ ମଧ୍ୟରେ ଓଡିଶା ଯାଆ ଆସ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ତେବେ ଦୀର୍ଘ ଦୀନରୁ ଏହି ଦାବି କରି ଆସୁଛି ଓଡିଶା ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଯଥା ସମ୍ଭବ ଦୁଇଟି ନୂତନ ଟ୍ରେନ ଦୈନିକ ସୁରଟରୁ ବ୍ରହ୍ମପୁରକୁ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ନବୀନ । ଗୁଜୁରାଟର ସୁରଟରେ ବସବାସ କରୁଥିବା ୭ ଲକ୍ଷ ଓଡିଆ ଲୋକଙ୍କ ଯାତାୟତରେ ଏକ ନୂତନ ପଦକ୍ଷେପ ହେବ । ଅନେକ ଦିନରୁ ଦାବି ଜଣାଇ ଆସିଛି ଓଡିଶା । କିନ୍ତୁ ଏପର୍ଯ୍ୟନ୍ତ ସୁରଟରୁ ବ୍ରହ୍ମପୁରକୁ କୌଣସି ସିଧାସଳଖ ଟ୍ରେନର ବ୍ୟବସ୍ଥା କରାଯାଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପୁରୀ-ଅହମଦାବାଦ ଏକ୍ସପ୍ରେସ ସପ୍ତାହକୁ ୪ ଦିନ ଚାଲୁଛି । ସେହିଭଳି ପୁରୀ-ଓଖା ଏକ୍ସପ୍ରେସ ସପ୍ତାହରେ ଗୋଟିଏ ଦିନ ଚାଲୁଥିବାବେଳେ ପୁରୀ-ଗାନ୍ଧୀଧାମ ମଧ୍ୟ ୭ଦିନରେ ଥରେ ଚାଲୁଛି । ଯାହାକୁ ନେଇ ସମସ୍ୟାରେ ପଡୁଛନ୍ତି ସୁରଟରେ ଥିବା ଓଡିଆବାସୀ ।

ଗତ କିଛି ଦିନ ତଳେ ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଦ୍ୱାରା ଦୁଇ ସହରର ପର୍ଯ୍ୟଟକ ମାନଙ୍କ ପାଇଁ ସୁବିଧା ହେବ । କାରଣ ବିମାନ ସେବା ବ୍ୟବସ୍ଥା ହେଲେ ଲକ୍ଷ ଲକ୍ଷ ଓଡିଆ ଲୋକ ସ୍ୱଳ୍ପ ସମୟ ମଧ୍ୟରେ ଭୁବନେଶ୍ୱରକୁ ଯାତାୟତ କରିପାରିବେ । ବୋଲି ଚିଠିରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ।