ଆନ୍ତଃରାଜ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ଓଡିଶାର ଦାବି ରଖିଲେ ମୁଖ୍ୟମନ୍ତ୍ରୀ ! କହିଲେ, ମହାନଦୀ ବିବାଦର ସମାଧାନ ପାଇଁ ଗଠନ ହେଉ ଟ୍ରିବ୍ୟୁନାଲ

28

କନକ ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହୋଇଛି ଦ୍ୱାଦଶ ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକ । ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ନବୀନ, ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଧାନର ଏମଏସପି, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡିଶାର ଦାବି ଉପସ୍ଥାପନ କରିଛନ୍ତି । ଧାନର ଏମଏସପି ୨୯୩୦ କରିବା ପାଇଁ ଷ୍ଟାଣ୍ଡିଂ କମିଟି ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଯଥାଶୀଘ୍ର ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୋଲଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, ଯେ ପୋଲାଭରମ ଓଡିଶା ହିତରେ ନାହିଁ, ତେଣୁ ଏହି ପ୍ରକଳ୍ପକୁ ବନ୍ଦ କରାଯାଉ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ସୁଷମା ସୂରାଜ, ଅରୁଣ ଜେଟଲୀ, ନୀତିନ୍ ଗଡକରୀ, ଆୱାର ଚନ୍ଦ୍ର ଗେହଲଟଙ୍କ ସମେତ ଆନ୍ଧ୍ରପ୍ରଦେଶ ଛତିଶଗଡ, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା ଓ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଥବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।