ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାର୍ଟୁନ କଲା ଜାତୀୟ ପତ୍ରିକା ଆଉଟ୍ ଲୁକ୍

54

କନକ ବ୍ୟୁରୋ : କଳାହାଣ୍ଡିର ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାର୍ଟୁନ୍ କରିଛି ଜାତୀୟ ପତ୍ରିକା ଆଉଟ୍ ଲୁକ୍ । ପତ୍ରିକାର ଗୋଟିଏ ପୃଷ୍ଠାରେ ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଉଥିବାର ଦୃଶ୍ୟର କାର୍ଟୁନ୍ ରହିଛି ।

ସେହି ସମାନ ପେଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଟୁନ୍ କରାଯାଇଛି । ଆଉ ସେଠାରେ ଗୋଟିଏ କୋଟେସନ୍ ଲେଖିଛି ଆଉଟ୍ ଲୁକ । ଯେଉଁଥିରେ ଉଲ୍ଲେଖ ଅଛି ଯେ, କାହିଁକି ସେମାନେ ବିବାହ କରୁଥିଲେ, ଯଦି ବାହା ହୋଇ ନଥାନ୍ତେ ତେବେ ଖୁସି ରହିଥାନ୍ତେ । ଆଉଟ ଲୁକରେ ଏଭଳି କାର୍ଟୁନ୍ ପ୍ରକାଶ ପାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଶସ୍ତା ମାର୍କେଟିଂ ପାଇଁ ପତ୍ରିକା ଏଭଳି ଉଦ୍ୟମ କରୁଛି । ପଛୁଆ ଅଂଚଳରେ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ଆଉ ସେ ସବୁ ଯୋଜନାରେ ମୁଖ୍ୟମନ୍ତ୍ରୀ ନିଜେ ଅନ୍ତର୍ଭୁକ୍ତ ରହୁଛନ୍ତି । ଦାନ ମାଝୀଙ୍କ ଘଟଣାକୁ ନେଇ ଜାତୀୟ ପତ୍ରିକା ନିଜର ମାର୍କେଟିଂ ପାଇଁ ଏଭଳି ଅପଚେଷ୍ଟା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –