ଦୁଇ ଓଡିଆ ହକି ଖେଳାଳିଙ୍କୁ ପୁରଷ୍କାର । ହକି ଖେଳରେ ବ୍ରୋଞ୍ଜ ଜିତିଲେ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଲେଖାଏଁ ଦେଲେ

34

କନକ ବ୍ୟୁରୋ: ଝିଅଙ୍କ ପରେ ଏବେ ପୁଅଙ୍କ ପାଇଁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଥିଲା । ବିପକ୍ଷ ଦଳ ପାକିସ୍ତାନକୁ ୨-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ହାତେଇଥିଲା ଭାରତୀୟ ପୁରୁଷ ହକି ଟିମ୍ । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରଷ୍କାର ଘୋଷଣା କରିଛନ୍ତି । ତେବେ ଭାରତୀୟ ପୁରୁଷ ହକି ଟିମ୍ ରେ ସାମିଲ ଥିଲେ ଦୁଇ ଓଡିଆ ଖେଳାଳୀ । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୂତି ଚାନ୍ଦଙ୍କୁ ୩ କୋଟି ଏବଂ ମହିଳା ହକି ଟିମରେ ସାମିଲ ଥିବା ୪ ଓଡିଆ ଝିଅଙ୍କୁ ୧ କୋଟି ଲେଖାଏଁ ଅର୍ଥରାଶି ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଓଡିଶା ସରକାର ମହିଳା ହକି ଟିମ୍ ର ପ୍ରାୟୋଜକ ଅଛି । ଏହା ସହ ପୁରୁଷ ହକି ଟିମ୍ କୁ ଶୁଭେଚ୍ଛା ଜଣାଇ ଯଥା ସମ୍ଭବ ସହଯୋଗ କରିବେ ରାଜ୍ୟ ସରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପ୍ରତିଶୃତି ଦେଇଛନ୍ତି ।