ବଲାଙ୍ଗୀର ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ! ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା, ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କଲେ ନବୀନ ।

167

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ।  ମିଶନ ଶକ୍ତି ଗୃହର କାର୍ଯ୍ୟାଦେଶ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏସଏଚଜିକୁ ଟଙ୍କା ଫେରସ୍ତ କରାଯାଇଛି ।  ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଏହା ସହ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ଦିଆଯାଇଛି । ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛିଡା ହେବା ଶିଖାଇଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ । ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ରାଜ୍ୟର ଅସଂଖ୍ୟ ମହିଳା ମିଶନ ଶକ୍ତି ପାଇଁ ନିଜ ପରିଚୟ ପାଇଛନ୍ତି ବୋଲି ସେ କହିଥିଲେ।