ସୋସିଆଲ୍ ମିଡିଆରେ ହେବ ବିଜୁଳି ସମସ୍ୟାର ସମାଧାନ ! ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

28

କନକ ବ୍ୟୁରୋ : ବିଜୁଳି କାଟ୍ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ବିଜୁଳି ବିଭ୍ରାଟ ସମସ୍ୟାର ସମାଧାନ କରିବାକୁ ନବୀନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୋସିଆଲ୍ ମିଡିଆରେ ହେବ ବିଜୁଳି ସମସ୍ୟାର ସମାଧାନ । ୩ ଦିନ ଭିତରେ ଶକ୍ତି ବିଭାଗ ନିଜସ୍ୱ ଫେସବୁକ୍ ଓ ଟ୍ୱିଟର ଆକାଉଂଟ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଲୋକଙ୍କୁ କିପରି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯାଇପାରିବ ସେଦିଗରେ ପଦକ୍ଷେପ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଗତକିଛି ଦିନ ହେଲା ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଆଉ ପ୍ରବଳ ଗରମ ଓ ଗୁଳୁଗୁଳିରେ ଦାଉ ସାଧୁଛି ବିଜୁଳି କାଟ୍ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି । ଯାହା ପ୍ରତିବାଦରେ ଦୁଇ ଦିନ ତଳେ ମହିଳା ନଗରପାଳଙ୍କ ଉପରକୁ ଚୁଡି ମାଡ କରିଥିଲେ । ଏପରିକି ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଗାମୀ ଦିନରେ ଆଉ ବିଜୁଳି କାଟ୍ ହେବ ନାହିଁ ବୋଲି ଆଶା ରହିଛି ।