ଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଲେ ନବୀନ : ଓଡିଶା ଭବନରେ ଓଡିଆ ସଂଗଠନ ସହ ଆଲୋଚନା

26

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ତ୍ରିପାକ୍ଷିକ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଶେଷ ପ୍ରସ୍ତୁତି । ଓଡିଶା ଭବନରେ ବିଜେଡି ସାଂସଦଙ୍କ ସହ ଆଲୋଚନା କରୁଛନ୍ତି ନବୀନ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପୁଷ୍ପେନ୍ଦ୍ର ସିଂହ ଦେଓ, ମୁଖ୍ୟ ଶାସନ ସଚିବ, ଓ ଜଳ ସଂପଦ ସଚିବ ଓଡିଶା ଭବନରେ ଉପସ୍ଥିତ ଅଛନ୍ତି ।

ଦିଲ୍ଲୀରେ ଥିବା କିଛି ଓଡିଆ ସଂଗଠନ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରି ମହାନଦୀ ପ୍ରସଙ୍ଗରେ ମତାମତ ନେବେ । ଏହା ପରେ ଠିକ ୧୨ଟାରେ ତ୍ରିପାକ୍ଷିକ ବୈଠକରେ ସାମିଲ ହେବେ ନବୀନ । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିଜ ନିଜର ପକ୍ଷ ରଖିବେ ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଫଳରେ ଓଡିଶାର ହେବାକୁ ଥିବା କ୍ଷତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବେ ନବୀନ। ଆଜି ବୈଠକ ପରେ ହିଁ ଗତକିଛି ଦିନ ଧରି ଜୋର ଧରିଥିବା ମହାନଦୀ ପାଣି ବିବାଦର ପରବର୍ତୀ ରୂପରେଖ ଜଣାପଡିବ ।