ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ: ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

36

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ । ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ଶିଶୁଙ୍କ ପରିବାରକୁ ପକ୍କା ଘର ସହିତ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ତେବେ, ଜାପାନୀ ଜ୍ୱରରେ ମାଲାକାନଗିରିରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଜାପାନୀ ଜ୍ୱରର ପରବର୍ତ୍ତୀସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏବେ ସମୀକ୍ଷା କରୁଛନ୍ତି । ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାଲାକାନଗିରି ଓ ଚିତ୍ରକୋଣ୍ଡାର ବିଧାୟକ ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି ।