ବିଜେପି ପାର୍ଟି ଅଫିସର ତାଲା ଭାଙ୍ଗିଲେ ମମତା। ଭାରତୀୟ ଜନତା ପାର୍ଟିର ସମସ୍ତ ଚିହ୍ନ ହଟାଇ ନିଜେ କାନ୍ଥରେ ଆଙ୍କିଲେ ଟିଏମସିର ନାଁ ଆଉ ଚିହ୍ନ

1,886

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେପିର ଅଭୁତପୂର୍ବ ବିଜୟରେ ବିଚଳିତ ହୋଇପଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଯାହାକୁ ନେଇ ପଶ୍ଚିମବଙ୍ଗରେ ଜାରି ରହିଛି ନିର୍ବାଚନୀ ହିଂସା । ଆଉ ଏହି ହିଂସା ଏବେ ଚରମ ସୀମାରେ ପହଂଚିଛି । ପଶ୍ଚିମ ବଙ୍ଗରେ ବର୍ତ୍ତମାନ ଦୁଇଟି ଦଳ ତଥା ବିଜେପି ଏବଂ ଟିଏମସି ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ଆଉ ଏହି ଲଢେଇରେ ବଳି ପଢିଛି ବିଜେପି ପାର୍ଟି ଅଫିସ । ପୂର୍ବରୁ ନିର୍ବାଚନକୁ ନେଇ ଦୁଇ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ମାରପିଟ୍ ଭଳି ଘଟଣା ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚଳିତ କରିଦେଇଛି ।

ପଶ୍ଚିମ ବଙ୍ଗରେ ଏହି ଦୁଇ ଦଳଙ୍କ ମଧ୍ୟରେ ଏବେ ଦଳୀୟ କାର୍ଯ୍ୟାଳୟକୁ ନେଇ ଆରମ୍ଭ ହୋଇଯାଇଛି ଖଣ୍ଡଯୁଦ୍ଧ । ଆଉ ଏହି ଯୁଦ୍ଧର ମଙ୍ଗ ଧରିଛନ୍ତି ଖୋଦ୍ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଉତର ୨୪ ପରଗନା ଜିଲ୍ଲାରେ ଥିବା ବିଜେପି ପାର୍ଟି ଅଫିସର ତାଲା ଭାଙ୍ଗିବା ସହ ଦଳୀୟ ଚିହ୍ନ ଏବଂ ପତାକା ଲଗାଇଛନ୍ତି ମମତା ବାନାର୍ଜି । ତେବେ ତୃଣମୂଳ କଂଗ୍ରେସର ଦାବି ରହିଛି କି ଏହି ଅଫିସ ଟିଏମସିର, ଯାହା ବିଜେପି ଜବରଦଖଲରେ ରହିଛି ।

ସୂଚନା ମୁତାବକ, ଗତ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଦିଲ୍ଲୀରେ ଶପଥ ଗ୍ରହଣ କରୁଥିଲେ, ଠିକ୍ ଏହି ସମୟରେ ପଶ୍ଚିମ ବଙ୍ଗର ଉତର ୨୪ ପରଗନା ଜିଲ୍ଲାରେ ମମତା ବାନାର୍ଜି ଧାରଣାରେ ବସିଥିଲେ । ନୈହାଟିରେ ଆୟୋଜନ କରାଯାଇଥିବା ଏକ ରାଲିକୁ ସମ୍ବୋଧିତ କରିବା ପରେ ମମତା ବିଜେପିର ପାର୍ଟି ଅଫିସରେ ପହଂଚିଥିଲେ ଏବଂ ଅଫିସ ଗେଟର ତାଲା ଭାଙ୍ଗି ଦେଇଥିଲେ । ଖାଲି ତାଲା ନୁହେଁ ମମତା ବିଜେପିର ଏହି କାର୍ଯ୍ୟାଳୟରୁ ବିଜେପିର ସମସ୍ତ ଦଳୀୟ ଚିହ୍ନ , ଫଟୋ ଆଦିକୁ ହଟାଇ ଦେଇ ନିଜେ ହିଁ ନିଜ ଦଳର ଚିହ୍ନ ଏବଂ ନାମ କାନ୍ଥରେ ଲେଖିଥିଲେ । ତେବେ ମମତା ଙ୍କ ଅଭିଯୋଗ କରିଛନ୍ତି କି, ଟିଏମସିର ଏହି ପାର୍ଟି ଅଫିସକୁ କାଳେ ବିଜେପି ଜବରଦଖଲ କରିନେଇଛି ।