ଆଜି ସରୁଛି ବିଜେଡି ଜନ ସଂପର୍କ ପଦଯାତ୍ରା : ଧର୍ମଶାଳାରେ ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

42

ଯାଜପୁର : ଆଜି ସରୁଛି ବିଜେଡି ଜନ ସଂପର୍କ ପଦଯାତ୍ରା । ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମାସେ ଧରି ଚାଲିଥିଲ। । ଆଜି ଯାଜପୁର ଧର୍ମଶାଳାରେ ଏହାର ଉଦଯାପନୀ ଉତ୍ସବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯାଜପୁର ଚଳଚଂଚଳ ହୋଇପଡିଛି । ଧର୍ମଶାଳାରେ ପଦଯାତ୍ରା ପରେ ୨୬୮ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ଟାର୍ଗେଟ କରି ଗାଁରୁ ସହର ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ବିଜେଡି ନେତା ଓ କର୍ମୀ । ବିଶେଷ କରି ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ଓଡିଶା ପ୍ରତି ଅବହେଳାକୁ ନେଇ ରାଜ୍ୟବାସୀଙ୍କ ପାଖକୁ ଯାଇଥିଲା ଦଳ ।