ଆଦିବାସୀ ଯୁବକ-ଯୁବତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର ! ଆଇଟି ଲିଟେରାସି ଭେଇକିଲର ଉଦଘାଟନ କଲେ ନବୀନ, ଭାମ୍ର୍ୟମାଣ ବସରେ ବୁଲି ଯୁବକଙ୍କୁ ପ୍ରଶିକ୍ଷଣ ଦେବେ ଆଇଟି ଏକ୍ସପର୍ଟ

30

କନକ ବ୍ୟୁରୋ : ଆଦିବାସୀ ଯୁବକ-ଯୁବତୀଙ୍କୁ ମିଳିବ ବୈଷୟିକ ଶିକ୍ଷା ତାଲିମ୍ । ଆଦିବାସୀ ଜିଲ୍ଲାର ଯୁବକଙ୍କୁ ଲକ୍ଷ୍ୟରେ ରଖି ଆଜି ମୁଖ୍ୟମନ୍ତ୍ରୀ ଆଇଟି ଲିଟିରେସି ଭାଇକିଲ୍ ଅର୍ଥାତ୍ ବୈଷୟିକ ସାକ୍ଷର ଭାମ୍ର୍ୟମାଣ ବସର ଶୁଭାରମ୍ଭ କରିଛନ୍ତି । ଏହି ବସ୍ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବୁଲିବା ସହ ଏଥିରେ ଯୁବକଙ୍କୁ ପ୍ରଶିକ୍ଷଣ ଦେବେ ଆଇଟି ଏକ୍ସପର୍ଟ ।

ପ୍ରଥମ ପର୍ଯ୍ୟାୟରେ ଏହି ଡିଜିଟାଲ ଲିଟିରେସି ଭେଇକିଲ ମୟୁରଭଂଜର ଠାକୁରାମୁଣ୍ଡା ବ୍ଲକରେ ରହିବ । ପରବର୍ତି ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାରେ ଏହି ଗାଡି ବୁଲିବ । ପିଲାଙ୍କୁ ଆଇଟି ସହ ଯୋଡିବା ସହ ପିଲାଙ୍କ ଜ୍ଞାନବୃଦ୍ଧି ପାଇଁ ଲକ୍ଷ୍ୟରେ ଏହା ଆରମ୍ଭ ହୋଇଛି । ଆଜି ସଚିବାଳୟରେ ପତାକା ଦେଖାଇ ମୁଖମନ୍ତ୍ରୀ ଏହି ଗାଡି ଉଦଘାଟନ କରିଛନ୍ତି ।