ଉଦଘାଟନ ହେଲା ସ୍ମାର୍ଟ ପାର୍କ! ରାଜଧାନୀବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

89

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ କରିବା ଏବଂ ରାଜଧାନୀବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ପଦକ୍ଷେପ । ଶହୀଦ ନଗରରେ ସ୍ମାର୍ଟ ପାର୍କ, ଏଜି. ଛକଠାରେ ସୌରଚାଳିତ ଆଡାଫ୍ଟିଭ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ପ୍ରକଳ୍ପ ଉଦ୍-ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସେନସୋରୀ ପାର୍କ , ବାପୁଜୀ ନଗର ଠାରେ ସମନ୍ୱିତ ଜନସେବା କେନ୍ଦ୍ର ଭଳି ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଭିନ୍ନ ଉଦଘାଟିତ ପ୍ରକଳ୍ପ ଏବଂ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ :

୧. ଶହୀଦନଗରରେ ସ୍ମାର୍ଟ ପାର୍କ ସମୂହ

ଶହୀଦନଗରରେ ଛଅଟି କଲୋନୀ ପାର୍କକୁ ପୁନର୍ବିନ୍ୟାସ କରାଯାଇ ଶିଶୁ ଅନୁକୁଳ ସୁବିଧା ସହିତ ପିଲାମାନଙ୍କର ଖେଳ ଓ ବିଭିନ୍ନ ପାର୍କକୁ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏହା ମଧ୍ୟରୁ ଏକ ଧାଡିରେ ରହିଥିବା ୪ଟି କଲୋନୀ ପାର୍କକୁ ଏକାଠି କରାଯାଇ ସମାନଭାବରେ ଏକକ ଖେଳ, ଓ ଆମୋଦନ ସ୍ଥଳଭାବେ କରାଯାଇଛି । ଶହୀନ ନଗର ପାର୍କଭାବେ ନାମିତ ଏହି ପାର୍କରେ ଅର୍ବାନ ନଲେଜ ସେଣ୍ଟର ଦ୍ୱାରା ଡିଜାଇନ କରାଯାଇଥିବାବେଳେ ୪ଟି ଥିମ୍ ଯଥା- ଗେଟ୍ କ୍ରିଏଟିଭ, ଗେଟ ରେଷ୍ଟ, ଗେଟ ସ୍ମାର୍ଟ ଓ ଗେଟ ୱେଟ ଅନୁସାରେ ବିକଶିତ କରାଯାଇଛି । ଯେଉଁଥିରେ ବ୍ୟାପକ ସୁବିଧା ମଧ୍ୟରେ ରହିଛି- ସ୍ପାଲ୍ସ ପାର୍କ, ୱାଚ ଟାୱାର, ମୁକ୍ତାକାଶ ଆମ୍ପିଥିଏଟର, ମୁକ୍ତାକାଶ ଆର୍ଟ ଗ୍ୟାଲେରୀ, ପିଲାମାନଙ୍କ ଖେଳ ଉପକରଣ ଏବଂ ବ୍ୟାୟାମ ଉପକରଣ ଆଦି ରହିଛି ।

୨. ଆଡାଫ୍ଟିଭ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା

ଏହି ସୌରଚାଳିତ ଆଡାଫ୍ଟିଭ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା ଜରିଆରେ ଛକ ଗୁଡିକରେ ସୁଚନା ଓ ପ୍ରଯୁକ୍ତି ପର୍ଯ୍ୟବେସିତ ସିଗନାଲାଇଜେସନ ବ୍ୟବସ୍ଥା ସାରା ସହରରେ ପରିଚାଳିତ ହେବ । ଏହି ଅତ୍ୟାଧୁନିକ କମ୍ପୋଜିଟ୍ ସିଗନାଲ କଣ୍ଟ୍ରୋଲ ଦ୍ୱାରା ଯାତାୟତ ସମୟ ହ୍ରାସ ହେବାସହ ଟ୍ରାଫିକ ସମସ୍ୟାର ତ୍ୱରିତ ସମାଧାନର ସୁପରିଚାଳନା କରାଯାଇପାରିବ । ବର୍ତ୍ତମାନ ସହରରେ ପାଖାପାଖି ୫୦ଟି ଟ୍ରାଫିକ ଛକ ସମେତ ୮ଟି ପେଲିକାନ ଓ ୫ଟି ବ୍ଲିଙ୍କର କାର୍ଯ୍ୟକ୍ଷମ ହୋଇଛି ।

୩. ସେନସୋରୀ ପାର୍କ
ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍କ ନିର୍ମାଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଅର୍ବାନ କଲେଜ ସେଣ୍ଟର୍ ଦ୍ୱାରା ଡିଜାଇନ ହୋଇଥିବା ଏହି ପାର୍କରେ ର୍ୟାମ୍ପ ସମେତ ସ୍ୟାଣ୍ଡ ଫିଟ୍, ରବର ଚଟାଣ ତଥା ବ୍ରେଲି ୱାଲ ଏବଂ ମାଟି, ଘାସ ଓ ବାଲିଗରଡାରେ ପ୍ରସ୍ତୁତ ସ୍ୱତନ୍ତ୍ର ରିଫ୍ଲେକ୍ସୋଲୋଜି ଚଲାପଥା ରହିବ । ପ୍ରାୟ ୦.୪ ଏକର ପରିମିତ ଜାଗାରେ ପାର୍କ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

୪. ସମନ୍ୱିତ ଜନସେବା କେନ୍ଦ୍ର
ଏହି ସମନ୍ୱିତ ଜନସେବା କେନ୍ଦ୍ରରେ ବିଲ ପେମେଣ୍ଟ ବ୍ୟବସ୍ଥା, ଡିସପେନ୍ସାରୀ, କ୍ରେଚ, ୱାର୍ଡ ଅଫିସ, ବହୁମୂଖୀ ହଲ, ପାଠାଗାର, ଲାଇବ୍ରେରୀ ଏବଂ ଦକ୍ଷତା ବିକାଶ କେନ୍ଦ୍ର ରହିବ । ପ୍ରାୟ ୦.୩ ଏକରର ପରିମିତ ଏହି ଜନସେବା କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ସମାଜିକ ଓ ସହରାଞ୍ଚଳ ସୁବିଧା ସୁଯୋଗର ଆବଶ୍ୟକତା ପୂରଣ କରିପାରିବା ଉଦ୍ଦେଶ୍ୟରେ ହେବାକୁ ଯାଉଛି ।