ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମିନି ହକି ଷ୍ଟାଡିୟମ ଓ ଆଇଟିଆଇର କଲେ ଶିଳାନ୍ୟାସ, ନବୀନଙ୍କ ଗସ୍ତକୁ ବିରୋଧ କଲା କଂଗ୍ରେସ ଓ ବିଜେପି

28

କନକ ବ୍ୟୁରୋ : ମାରାଥନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ପହଂଚିଛନ୍ତି । କୁତ୍ରା ଠାରେ ହକି ମିନି ଷ୍ଟାଡିୟମ ସହ କୁତ୍ରା ଓ କୋଇଡା ଠାରେ ୨ଟି ଆଇଟିଆଇର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ନବ ନିର୍ମିତ ଲାଇବ୍ରେରୀ ଓ କଲଚରାଲ ସେଂଟର ସମେତ ୧୦୦ ଶଯ୍ୟା ବିଶିଷ୍ଟ ଏମସିଏଚ୍ ବିଲ୍ଡିଂର ଉଦଘାଟନ କରିବା କାର୍ଯ୍ୟସୂଚୀ ମଧ୍ୟ ରହିଛି । ସେହିପରି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାନପ ମୁଖ୍ୟମନ୍ତ୍ରୀ କରିବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ ନେତା ଓ କର୍ମୀମାନେ ମୌନ ପ୍ରତିବାଦ କରିଛନ୍ତି । ଆଜି ସକାଳୁ ଉଭୟ କଂଗ୍ରେସ ଓ ବିଜେପିର ୧୫ ଜଣ କର୍ମୀଙ୍କୁ ପୋଲିସ ଅଟକ ରଖିଛି । ସେପଟେ ଗତକାଲି ରାତିରୁ ବିଜେପି ରାଜ୍ୟ ସମ୍ପାଦକ ଧୀରେନ ସେନାପତିଙ୍କ ସମେତ ୨୫ରୁ ଉର୍ଦ୍ଧ ନେତା କର୍ମୀଙ୍କୁ ପ୍ଲାଣ୍ଟସାଇଟ ଥାନାରେ ଅଟକ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କଗସ୍ତକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।