ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ! ପାରଳା ଗଣଆତ୍ମହତ୍ୟା ମାମଲାରେ ଫେରାଦ ହେଲେ ମୃତକଙ୍କ ସମ୍ପର୍କୀୟ

33

କନକ ବ୍ୟୁରୋ: ଏଣିକି ଲୋକଙ୍କ ଗୁହାରୀ ଶୁଣିବେ ସରକାର । ଖରାଛୁଟି ପରେ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଏଥିପାଇଁ ୟୁନିଟ୍-୫ରେ ଥିବା ଏହି ପ୍ରକୋଷ୍ଠରେ ଆଜି ଭିଡ଼ ଲାଗିଛି । ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥାଏ । ମୁଖ୍ୟମନ୍ତ୍ରୀ ନଥିବା ସତ୍ୱେ ଅଫିସରମାନେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥାନ୍ତି ।

ଆଜି ପ୍ରକୋଷ୍ଠକୁ ପାରଳା ଗଣଆତ୍ମହତ୍ୟା ଘଟଣାର ଗୁହାରୀ କରିବାକୁ ଆସିଥିଲେ ଅନଙ୍ଗ ମଞ୍ଜରୀ ପଟ୍ଟନାୟକଙ୍କ ସମ୍ପର୍କୀୟ । ଗତ ୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ପ୍ରକୋଷ୍ଠକୁ ଆସିନାହାନ୍ତି । ତାଙ୍କ ସ୍ଥାନରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥାନ୍ତି ଅଫିସର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –