ନବନିଯୁକ୍ତ ୧୫୬୦ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ! ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ଉପଯୋଗ କରିବାକୁ ଦେଲେ ପରାମର୍ଶ ।

134

କନକ ବ୍ୟୁରୋ : ନବନିଯୁକ୍ତ ୧୫୬୦ ଡାକ୍ତରଙ୍କୁ ସମ୍ବର୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଚାକିରି ସମୟରେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଗୁଡିକର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଆୟୋଗ ଦ୍ୱାରା ଚୟନ ହୋଇଥିବା ୯୩୮ ଜଣ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଇଥିବା ବେଳେ ଲୋକ ସେବା ଆୟୋଗରୁ କୃତକାର୍ଯ୍ୟ ହୋଇନଥିବା ୬୨୨ ଜଣଙ୍କୁ ସରକାର ଚୁକ୍ତି ଭିତିକ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ମୋଟ ୬୬୧୯ଟି ଡାକ୍ତର ପଦବୀ ରହିଥିବା ବେଳେ ଏହି ନୂଆ ନିଯୁକ୍ତ ପରେ ଏବେ ୬୩୨୯ଟି ଡାକ୍ତର ପଦବୀ ପୂରଣ ହୋଇଛି ବୋଲି ଜଣାପଡିଛି ।