ସୁନାଝିଅଙ୍କୁ ୬୦ ଲକ୍ଷ ଦେଇ ଅଲ ଦ ବେଷ୍ଟ କହିଲେ ମୁଖ୍ୟମନ୍ତ୍ରୀ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ୬ ଜଣ ଅଲିମ୍ପିକ୍ସ ଖେଳାଳିଙ୍କୁ ୬୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଗଷ୍ଟ ମାସରେ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ୬ ଜଣ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆଥଲେଟ୍ ପାଇଁ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ରିଓ ଟିକେଟ୍ ପାଇଥିବା ବେଳେ ୪ ଜଣ ହକି ଖେଳାଳି ଦୀପ ଗ୍ରେସ ଏକ୍କା, ନମିତା ଟପୋ, ଲିଳିମା ମିଂଜ ଓ ସୁନିତା ଲାକ୍ରା ଅଲିମ୍ପିକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଖଣି ନିଗମ ଏହି ଅର୍ଥ ଖେଳାଳିଙ୍କୁ ଯୋଗାଇ ଦେବ । ଅଲିମ୍ପିକ ପ୍ରସ୍ତୁତି ପାଇଁ ଖେଳାଳିଙ୍କୁ ଏହି ଅର୍ଥ ସାହାଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ଖେଳାଳିଙ୍କ ପ୍ରୋତ୍ସାହନ ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ କ୍ରୀଡା ବିଭାଗକୁ ନିର୍ଦେଶ ଦିଆଯାଇଛି।