କିଏ ଧରିବ ବିଜେପି ମଙ୍ଗ ! ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା

31

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ବିଜେପିର ବାଜିମାତ ପରେ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କିଏ ଧରିବ ବିଜେପି ମଙ୍ଗ । କିଏ ହେବ ଦେଶରୁ ସବୁଠୁ ବଡ ରାଜ୍ୟର ପରର୍ବତୀ ମୁଖ୍ୟମନ୍ତ୍ରୀ । ଆଉ ଏହି ଦୌଡ଼ରେ ଚର୍ଚ୍ଚାକୁ ଆସୁଛି ୫ ଜଣଙ୍କ ନାଁ । ରାଜନାଥ ସିଂ, ମନୋଜ ସିହ୍ନା, କେଶବ ପ୍ରସାଦ ମୌର୍ଯ୍ୟ, ମହେଶ ଶର୍ମା ଓ ଦୀନେଶ ଶର୍ମାଙ୍କ ଭିତରୁ ଜଣେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ।

ରାଜନାଥ ସିଂହ
କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ । ୬୫ ବର୍ଷୀୟ ଠାକୁର ନେତା ରାଜନାଥ ସିଂ ହେଉଛନ୍ତି ଉତର ପ୍ରଦେଶର ସବୁଠୁ ବରିଷ୍ଠ ବିଜେପି ନେତା । ସେ ପୂର୍ବରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ତେଣୁ ବରିଷ୍ଠତା ତଥା ଅଭିଜ୍ଞତା ଆଧାରରେ ୟୁପିରେ ଗଡ ଜଗିବାକୁ ରାଜନାଥଙ୍କୁ କେନ୍ଦ୍ରରୁ ପଠାଯାଇପାରେ ଉତରପ୍ରଦେଶ ।

ମନେଜ ସିହ୍ନା
ମନୋଜ ସିହ୍ନା । ବୟସ ୫୭ । ମୋଦି ସରକାରରେ ଟେଲିକମ ମନ୍ତ୍ରୀ ଅଛନ୍ତି ସିହ୍ନା । ଦୁଇ ଦୁଇ ଥର ସାଂସଦ ରହିସାରିଥିବା ଏ ନେତା ଏବେ ଉତରପ୍ରଦେଶର ଗାଜିପୁର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ମୋଦି ଓ ଶାହାଙ୍କ ଅତି ନିକଟତର ଭାବେ ଜଣାଶୁଣା ସିହ୍ନାଙ୍କୁ ଦିଆଯାଇପାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ।

କେଶବ ପ୍ରସାଦ ମୌର୍ଯ୍ୟ
ସେହିପରି ୪୭ ବର୍ଷୀୟ ସାଂସଦ କେଶବ ପ୍ରସାଦ ମୌର୍ଯ୍ୟ । କେଶବ ପ୍ରସାଦ ବର୍ତମାନ ଉତରପ୍ରଦେଶର ବିଜେପି ମୁଖ୍ୟ ଅଛନ୍ତି । ୧୯୯୦ ଦଶକ ରାମ ମନ୍ଦିର ଆନ୍ଦୋଳନ ସମୟରେ ଭିଏଚପି ସହ ଯୋଡି ହୋଇରହିଥିଲେ କେଶବ । କେଶବଙ୍କ ପଛରେ ଅଣ ଯାଦବ ଓବିସି ଭୋଟ ବ୍ୟାଙ୍କ ଥିବାରୁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ମହେଶ ଶର୍ମା
ମହେଶ ଶର୍ମା ହେଉଛନ୍ତି ଗୌତମ ବୁଦ୍ଧ ନଗରରୁ ଲୋକସଭା ସଦସ୍ୟ । ବର୍ତମାନ ମୋଦି ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଅଛନ୍ତି ମହେଶ । ପୂର୍ବରୁ ବିଧାୟକ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ଆରଏସଏସର ସମର୍ଥନ ଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମହେଶ ଶର୍ମା ଅନ୍ୟତମ ଦାବିଦାର ।

ଦୀନେଶ ଶର୍ମା
୫୩ ବର୍ଷୀୟ ଦୀନେଶ ଶର୍ମା ୨୦୦୮ରେ ଲକ୍ଷେ୍ନø ମେୟର ଭାବେ ନିର୍ବାଚିତ ହୋଇଥିଲେ । ବର୍ତମାନ ସେ ବିଜେପି ରାଷ୍ଟ୍ର୍ରିୟ ଉପସଭାପତି ଦାୟିତ୍ୱରେ ଅଛନ୍ତି । ତା ସହ ଲକ୍ଷେ୍ନା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଦୀନେଶ ଉତରପ୍ରଦେଶ ବିଜେପିର ଅନ୍ୟତମ ଥିଙ୍କ ଟ୍ୟାଙ୍କ । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଅତି ଘନିଷ୍ଠ ଦୀନେଶ ଶର୍ମା ବି ହୋଇପାରନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ।

ଏମାନଙ୍କ ବ୍ୟତୀତ ଉମା ଭାରତୀ,ଯୋଗି ଆଦିତ୍ୟନାଥଙ୍କ ପରି ନେତାଙ୍କ ନାଁ ମଧ୍ୟ ସାମନାକୁ ଆସୁଛି । ହେଲେ କେନ୍ଦ୍ରରୁ ନୁହେଁ ରାଜ୍ୟର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରନ୍ତି ବିଜେପି ନେତୃତ୍ୱ ।