କେକ୍ କାଟି ଜନ୍ମଦିନ ପାଳିଲେ ମୁଖ୍ୟମନ୍ତ୍ରୀ । ଚାରି ଦଶନ୍ଧି ଧରି ନବୀନନିବାସକୁ କ୍ଷୀର ଯୋଗାଉଥିବା ମହିଳା ବିଜେଡି ସୁପ୍ରିମୋଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

112

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ହେଉଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କର୍ମୀଙ୍କ ଗହଣରେ କେକ୍ କାଟି ଜନ୍ମଦିନ ସେଲିବ୍ରେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କର ସହଯୋଗୀମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତବର୍ଷ ଉରି ଆକ୍ରମଣରେ ଯବାନଙ୍କ ସହିଦ ଯୋଗୁଁ ଜନ୍ମଦିନ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ।

ଜନ୍ମଦିନ ଅବସରେ ସକାଳୁ ନବୀନ ନିବାସରେ ଲାଗିଛି ଗହଳି । ନେତା, ମନ୍ତ୍ରୀ, କର୍ମୀ, ସାଧାରଣ ଲୋକଙ୍କ ସମେତ କୁନିକୁନି ପିଲା ମୁଖ୍ୟମନ୍ତ୍ରୀ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ୨୦ ବର୍ଷ ତଳେ ଯେତେବେଳେ ରାଜନୀତିରେ ପ୍ରବେଶ କରିଥିବା ନବୀନ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିଛନ୍ତି । ୧୯୯୭ରେ ଆସ୍କା ଉପନିର୍ବାଚନରେ ଜିତି ସାଂସଦ ଭାବେ କ୍ୟାରିଅର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ୧୭ ବର୍ଷ ଧରି ରାଜ୍ୟ ଶାସନର ଡୋରି ।

ସେପଟେ ଜନ୍ମଦିନରେ ନବୀନଙ୍କୁ ଶୁଭେଚ୍ଛା ଦେବାକୁ ଆସିଛନ୍ତି ନବୀନ ନିବାସରେ ସବୁଦିନ କ୍ଷୀର ଦେଉଥବା ମହିଳା । ବିଜୁ ପଟ୍ଟନାୟକଙ୍କ ଅମଳରୁ ଦୀର୍ଘ ୪୦ ବର୍ଷ ଧରି ଏହି ମହିଳାଙ୍କ ନବୀନ ନିବାସରେ କ୍ଷୀର ଦେଉଛନ୍ତି ଏମାନେ । ଆଜି ଟିକେ ଭିନ୍ନ ଢଙ୍ଗରେ ଆସିଥିଲେ ନବୀନ ନିବାସରେ କ୍ଷୀର ଯୋଗାଉଥିବା ମହିଳା । ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଗୋଲାପ ଫୁଲ ଧରି ନବୀନ ନିବାସ ଆସିଥିଲେ ମହିଳା ମାନେ । ମୁଖ୍ୟମନ୍ତ୍ରଙ୍କ ଜନ୍ମଦିନରେ ସେମାନେ ବି ବେଶ ଖୁସି ଅଛନ୍ତି । ତାଙ୍କର କହିବା କଥା ହେଲା, ନବୀନ ପଟ୍ଟନାୟକ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛନ୍ତି । ଏପରିକି ପୁଅ ବାହାଘରରେ ତାଙ୍କ ଘରକୁ ଯାଇଥିଲେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନ ନିବାସକୁ ୬ ଲିଟର କ୍ଷୀର ଆସୁଥିଲା । ଏବେ ଆସୁଛି ୨ ଲିଟର କ୍ଷୀର ।

NarendraModiନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟରେ ସେ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଆଜି ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ସେ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ୧୭ ବର୍ଷ ଧରି ନିରଙ୍କୁଶ ଶାସନ କରି ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହାର ଭଳି ଲୋକପ୍ରିୟ ଯୋଜନା କରି ସମାଜର ସବୁବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ ହୋଇପାରିଛନ୍ତି । ଜନ୍ମଦିନରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ପୁରୀରେ ତିଆରି ହୋଇଛି ବାଲୁକା କଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରିଛନ୍ତି । ଏହି ବାଲୁକାକଳା ନିର୍ମାଣ ପାଇଁ ଦୁଇଟନ ବାଲି ଲାଗିଛି । ସେହିଭଳି ଶ୍ରେଷ୍ଠ ପ୍ରଶାସକକୁ ନେଇ ବି ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ।