ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ! ନିର୍ବାଚନୀ ସଭାରେ ନବୀନଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

43

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ ଉଦ୍ୟମ । ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର କୁମ୍ଭାରୀ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ମାଡ କରିଛନ୍ତି ଜଣେ ଯୁବକ । ସଭା ଚାଲୁଥିବା ବେଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଦୁଇଟି ଚପଲ ପକାଇଥିଲେ । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା । ଏହି ଚପଲ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ମାରିବା ବେଳେ ଏହାକୁ ସୁରକ୍ଷାକର୍ମୀ ଧରି ପକାଇଥିଲେ । ପରେ ଏହି ଯୁବକ ଜଣଙ୍କୁ ସୁରକ୍ଷାକର୍ମୀ କାବୁ କରିଛନ୍ତି । ଆକ୍ରମଣ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଭାବେ ଜନସାଧାରଣଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲା ।

ନବୀନଙ୍କ ଉପରକୁ ଚପଲମାଡକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଏହି ଘଟଣା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଛି ବିଜେଡି । ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ ଜାଣିବା ପରେ ବିଜେପି ପକ୍ଷରୁ ଏଭଳି ହୀନ ଉଦ୍ୟମ କରାଯାଉଛି ବୋଲି ବିଜେଡି କର୍ମୀ କହିଛନ୍ତି । ପୂର୍ବରୁ ବାଲେଶ୍ୱରରେ ଏକ ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ପକାଇ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା ।